ପ୍ରଶାସନ ଅବହେଳା କାରଣରୁ ଜଗଦିଶଙ୍କ ଆତ୍ମାହୂତି ଘଟଣା, ଦଳିତ ଏକତା ମଞ୍ଚ ପକ୍ଷରୁ ଗଣଧାରଣା

0 75

ନୂଆପଡ଼ା : ନୂଆପଡା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟରେ ଜମି ବିକ୍ରି ନେଇ ପରମିଶନ ରିପୋର୍ଟ ପ୍ରଦାନରେ ବିଳମ୍ବ କାରଣରୁ ଜଗଦୀଶ ଆତ୍ମାହୂତି ଦେଇଥିଲେ । ଏହି ଘଟଣା ଏକ ମାସ ଅତିକ୍ରମ ପରେ ପ୍ରତିଶ୍ରୁତି ମୁତାବକ ପରିବାରଙ୍କୁ ସହାୟତା ମିଳିପାରି ନାହିଁ । ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇ ନାହିଁ । ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଜଗଦୀଶଙ୍କ ପରିବାରଙ୍କୁ ୩୨୦୦୦୦/- ଟଙ୍କା ଏବଂ ସନ୍ତାନଙ୍କ ଶିକ୍ଷା ପାଇଁ ୪୮୦୦୦/- ଟଙ୍କା ମିଳିଅଛି । ସ୍ତ୍ରୀଙ୍କୁ ଆଜି ଚକିରି ମିଳିଛି । ଏପ୍ରିଲ ୨୦୨୨ ଠାରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ନୂଆପଡା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ୯ ଜଣଙ୍କୁ ଜମି ବିକ୍ରି ପାଇଁ ପରମିଶନ ଦେଇଛନ୍ତି । ଜଗଦୀଶକୁ ମାତ୍ର ୧୬ ଡିସମିଲର ପରମିଶନ ନ ଦେବାରୁ ଜୀବନ ହରେଇଥିଲେ । ରବି ମଂଗରାଜଙ୍କ ନେତୃତ୍ୱରେ କାର୍ତ୍ତିକ ଦୀପ, ଭୋଜରାଜ ବାଗ, ରାଜୁ ଚୌହାନ, ରାଧେଶ୍ୟାମ ବାଗ, ମୁରଲି ସୁନା, ଲାଲ ବାହାଦୁର ଦାସ, ଲଲ୍ଲୁ ଚେଲକ, ଏକାମ ଦୀପ, ଅରଖ ରାମ ପାଣ୍ଡେ, ଉଗ୍ରେସନ ତାଣ୍ଡି, ମନିଜର ଆର୍ଯ୍ୟ,ବିରଞ୍ଚି ଦୀପ, ଘାସି ଦୁରିଆ,ଈଶ୍ୱର ସୁନାନୀ,ସୁନୀଲ ଦୀପ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଶ୍ନନ ପାଢୀ ଯୋଗ ।

hiranchal ad1
Leave A Reply

Your email address will not be published.

18 + 8 =