ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡିଆ ବିଭାଗ ତରଫରୁ ପାଠଚକ୍ର ଆଲୋଚନା

0 313

ନବରଙ୍ଗପୁର:- ନାରୀକବି କୁନ୍ତଳା କୁମାରୀ ସାବତଙ୍କ ପୂଣ୍ୟ ଜୟନ୍ତୀ ଅବସରରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡିଆ ବିଭାଗ ତରଫରୁ ଏକ ପାଠଚକ୍ର ଆଲୋଚନାର ଆୟାଜନ ହୋଇଥିଲା । ଏଥିରେ ଓଡିଆ ବିଭାଗର ମୁଖ୍ୟ ତଥା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଅଧ୍ୟକ୍ଷତା କରି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ
ମାନବବାଦୀ ରଚନା ଦିଗର ଆଲୋକପାତ କରିଥିଲେ । ନବରଙ୍ଗପୁର ମହାବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ଡଃ ନନ୍ଦିତା ମିଶ୍ର ମୁଖ୍ୟଅତିଥି ଭାବେ ଆସନ ଅଳଙ୍କୃତ କରି ନାରୀକବିଙ୍କ ବହୁ ମୁଖି ପ୍ରତିଭା ସହିତ ବିଶେଷ କରି ଆଧ୍ୟାତ୍ମିକ ରଚନା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଇଂରାଜୀ ବିଭାଗର ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ କୁନ୍ତଳା କୁମାରୀଙ୍କ ସୃଷ୍ଟିର ବାହ୍ୟ ପ୍ରକୃତି ସହିତ ମାନବର ଅନ୍ତଃପ୍ରକୃତିର ବ୍ୟାଖ୍ୟା ସମ୍ପର୍କର ସୂଚନା ଦେଇଥିଲେ । +୩ ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ ଏବଂ ତୃତୀୟ ବର୍ଷର ଛାତ୍ରୀ ମାନେ ନାରୀ କବିଙ୍କ ଜୀବନୀ ତଥା ତାଙ୍କ ସୃଷ୍ଟି ସମ୍ଭାର ସମ୍ପର୍କର ସ୍ୱରଚିତ ଲେଖା ଗୁଡିକ ପାଠକରି ଥିଲେ । ଓଡିଆ ବିଭାଗର ଅନ୍ୟତମ ଅଧ୍ୟାପକ ଲକ୍ଷ୍ମୀକାନ୍ତ ସୌରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

1 × five =