ବସ୍- ବାଇକ୍ ମୁହାଁମୁହିଁ ଧକ୍କା: ସ୍ବାମୀ ମୃତ, ସ୍ତ୍ରୀ ଓ ଦୁଇ ପୁଅ ଗୁରୁତର

0 30

ଦେଓଗାଁ: ବଲାଙ୍ଗୀର-ଦେଓଗାଁ ରାସ୍ତା ଜାତୀୟ ରାଜପଥ ୨୬ ସିନଖମନ ନିକଟରେ ଥିବା ରାଣୀବନ୍ଧ ବୁଲାଣିଠାରେ ଏକ ବସ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶିଶୁ ସହ ଜଣେ ମହିଳା ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ୩ଜଣଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ଦିନ ୧୨ ଟା ସମୟରେ ବଲାଙ୍ଗୀରରୁ ଟିଟିଲାଗଡ଼ ଯାଉଥିବା ଗଣପତି ବସ ସହ ଦେଓଗାଁ ପଟରୁ ଯାଉଥିବା ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବାଇକ ଚଳାଉଥିବା ବ୍ୟକ୍ତିଜଣକ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସାଙ୍ଗରେ ଥିବା ସ୍ତ୍ରୀ ଓ ଦୁଇ ପୁଅ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବଲାଙ୍ଗୀର  ଡାକ୍ତରଖାନାକୁ ନିଆଯାଇଛି। ଦେଓଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

hiranchal ad1
Leave A Reply

Your email address will not be published.

twenty + eight =