ବାଲୁକା କଳା ମାଧ୍ୟମରେ ତୁର୍କୀ ଓ ସିରିଆ ଭୂଂକପ ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି

0 39

ପୁରୀ : ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ହାନି ହୋଇଛି । ଏବେବି ଅନେକ ଲୋକ ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ସାରା ବିଶ୍ୱବାସୀ ଏଭଳି ଭୂକମ୍ପ ଦେଖି ସ୍ତବ୍ଧ ହୋଇ ଯାଇଥିବା ବେଳେ ତୁର୍କୀ ଓ ସିରିଆକୁ ମାନବୀୟ ସହାୟତା ଦିଆଯାଉଛି । ତେବେ ଏହି ଘଟଣାରେ ମୃତାହତ ହୋଇ ଥିବା ବ୍ୟକ୍ତି ବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀର ନିଳାଦ୍ରୀ ବିଚ୍‌ରେ ଏକ ବାଲୁକା ଚିତ୍ରକଳାରେ ଭୂକମ୍ପର ଦୃଶ୍ୟ ସ୍ଥାନ ଦେଇ ନିଜର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସାରା ବିଶ୍ୱ ବାସୀ ଏହି ବିପଦ ସମୟରେ ସହାୟତାର ହାତ ବଢ଼ାଇବାକୁ ବାଲୁକା ଚିତ୍ରକଳାରେ ଅପିଲ କରାଯାଇଛି ।

hiranchal ad1
Leave A Reply

Your email address will not be published.

twenty − nine =