ପ୍ରଥମ ଟେଷ୍ଟ : ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୭ରେ ଅଲଆଉଟ, ଜାଡେଜାଙ୍କୁ ୫ ୱିକେଟ

0 47

ନାଗପୁର : ଆଜି ଠାରୁ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କାର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିଥିଲା । ଦଳ ପ୍ରଥମ ଇନିଂସରେ ମାତ୍ର ୧୭୭ ରନ କରି ଅଲଆଉଟ୍‌ ହୋଇଯାଇଛି । ଦଳ ପକ୍ଷରୁ ସଫଳ ବ୍ୟାଟ୍ସମ୍ୟାନ ଭାବେ ମାର୍ଣ୍ଣସ ଲାବୁସଚେନ ୪୯ ରନ କରିଥିବା ବେଳେ ସ୍ମିଥ୍‌ ୩୭ ରନ କରିଥିଲେ । ସେହିପରି ଆଲେକ୍ସ କେରି ୩୬ ଓ ହ୍ୟାଣ୍ଡସ୍କବ ୩୧ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରିନଥିଲେ । ସେହିପରି ବୋଲିଂରେ ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୫ ୱିକେଟ ନେଇଥିବା ବେଳେ ରବି ଅଶ୍ୱିନ ୩ ୱିକେଟ ନେଇଥିଲେ ।

hiranchal ad1
Leave A Reply

Your email address will not be published.

18 − 9 =