ଯୁକ୍ତଦୁଇ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଙ୍କ କୃତିତ୍ୱ

0 63

ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ମହାବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ପ୍ରିୟାଂଶୁ ଖମାରୀ ଗତବର୍ଷର ଯୁକ୍ତଦୁଇ ପରୀକ୍ଷାରେ ମୋଟ ୮୬ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର୍‌ ହୋଇଥିବା ବେଳେ ନୂଆପଡା ଜିଲ୍ଲାରେ ଚତୁର୍ଥ ସ୍ଥାନରେ ରହିଥିଲେ । ଏଥିସହ ମେଧାବୀ ଛାତ୍ର ଭାବରେ ସରକାରଙ୍କ ତରଫରୁ ଦିଆଯାଉଥିବା ଲାପଟପ୍‌ ପାଇବାକୁ ସେ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ଏନେଇ ପ୍ରଶାସନ ତରଫରୁ ନିକଟରେ ସୂଚନା ମିଳିବା ପରେ ତାଙ୍କ ପରିବାର ଓ ବୁଦ୍ଧିଜୀବୀ ମହଳରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀମାନ ଖମାରୀ ସ୍ଥାନୀୟ ଗୋଡାଳ ଗ୍ରାମର ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଖମାରୀ ଏବଂ ଗୃହିଣୀ ସଂଧ୍ୟାରାଣୀ ଖମାରୀଙ୍କ ପୁତ୍ର ହୋଇଥିବା ବେଳେ ସେ ଜନ୍ମରୁ ଦୃଷ୍ଟିବାଧିତ ବୋଲି ଜଣାପଡିଛି । ଛୋଟ ସମୟରୁ ମେଧାବୀ ରହିଥିବା ପ୍ରିୟାଂଶୁ ଆଧ୍ୟାତ୍ମିକ ପ୍ରବଚକ ଭାବରେ ମଧ୍ୟ ବେଶ ଜଣାଶୁଣା ରହିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 7 =