ଦାରିଙ୍ଗବାଡ଼ିରେ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ

0 248

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା କମିଟି କନ୍ଧମାଳ, ଶିଶୁ ସମନ୍ୱିତ ପ୍ରକଳ୍ପ ଦାରିଙ୍ଗବାଡି ଓ ପ୍ରେମ୍‌ ଏଡୁକୋ ସଂସ୍ଥା ଆନୁକୁଲ୍ୟରେ ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭା ଗୃହରେ ସେବା ଓ ଯତ୍ନ ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ପାଇଁ କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ କ୍ୟାମ୍ପ୍‌ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ପରେ ଦାରିଙ୍ଗବାଡ଼ି ବ୍ଲକ୍‌ର ୧୧ ଗୋଟି ଗ୍ରାମ ପଞ୍ଚାୟତର ୬୯ ଜଣ ସେବା ଓ ଯତ୍ନ ଆବଶ୍ୟକ କରୁଥିବା ଶିଶୁ ସେମାନଙ୍କର ଅଭିଭାବକଙ୍କ ସହିତ ଯୋଗ ଦେଇଥିଲେ । ଏହି କ୍ୟାମ୍ପରେ ୬୯ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଚିହ୍ନଟ କରି ସେମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ଯଥା । ଆଶୀର୍ବାଦ ଯୋଜନା, ଭିନ୍ନକ୍ଷମ ଯୋଜନା, ସ୍ପନ୍ସସରସିପ୍‌ ଯୋଜନା ଇତ୍ୟାଦିରେ ଅନ୍ତର୍ଭୁକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଓ କମିଟିର ସଦସ୍ୟା ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ ଓ ଶ୍ରୀମତୀ କଳ୍ପନା ମହାନ୍ତି ଉପସ୍ଥିତି ଥିଲେ । ଏଥି ସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରନ, ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଶିଶୁ ସମନ୍ୱିତ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅଞ୍ଜଳି ମହାପାତ୍ର ଏବଂ ବରିଷ୍ଠ ସୁପରଭାଇଜର ଶ୍ରୀମତୀ ଶକୁନ୍ତଳା ନାୟକ, ସ୍ଥାନୀୟ ଦାରିଙ୍ଗବାଡ଼ି ସରପଞ୍ଚ ଶ୍ରୀମତୀ ଚନ୍ଦ୍ରିକା ମଲ୍ଲିକ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ଚାଇଲଡ଼ ଲାଇନ ଓ ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଜିଲ୍ଲା ପ୍ରଶାସନ,ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ଏଭଳି ପଦକ୍ଷେପକୁ ପ୍ରଶଂସା କରି ସ୍ୱାଗତ କରିଥିଲେ ଏବଂ ଆଗମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ କରିବା ପାଇଁ ପୁନର୍ବାର ଜିଲ୍ଲା ପ୍ରଶାସନକୁ ଅନୁରୋଧ କରି ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରନ ପରିଚାଳନା କରିଥିବା ବେଳେ ପ୍ରେମ୍‌ର ପ୍ରକଳ୍ପ ଅଧିକାରୀ ସୁଧୀର କୁମାର ଦିଗାଲ, ପ୍ରେମ୍‌ ସଂସ୍ଥାର କର୍ମକର୍ତ୍ତା ,ଦାରିଙ୍ଗବାଡ଼ି ବ୍ଲକ୍‌ର ସମସ୍ତ ସୁପରଭାଇଜର, ଓ ଅଙ୍ଗନୱାଡ଼ି କର୍ମୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three − 1 =