ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉତଯାପିତ: ବାଳିକା ବର୍ଗରେ ବିଏମପୁର ଓ ବାଳକ ବର୍ଗରେ ସୋନପୁର ବ୍ଲକ ବିଜୟୀ

0 155

ସୁବର୍ଣ୍ଣପୁର : ଭୁବନେଶ୍ୱରଠାରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶିକ୍ଷା ବିଭାଗର ମିଳିତ ସହଯୋଗରେ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋନପୁର ସହର ସ୍ଥିତ ରୋୟାଲ ପଡିଆରେ ଆଜି ମହା ସମାରୋହରେ ଶେଷ ହୋଇଛି । ଆଜି ଅନ୍ତିମ ଦିନରେ ଜିଲ୍ଳା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିସିପୁନମ ମିଞ୍ଜ, ପୌର ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ପିୟୁଷ ପଣ୍ଡା, ଅତିରିକ୍ତ ଶିକ୍ଷା ଅଧିକାରୀ ଡଃ ରମାକାନ୍ତ ଗଡତିଆ ଓ ଶ୍ରୀମତୀ ମଞ୍ଜୁଲତା ଭୋଇ, ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ଦୁର୍ଯ୍ୟୋଧନ ରାଉତ, ଅତିରିକ୍ତ ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ପାଇଁ “ଫୁଟବଲ ଫର ଅଲ’ଯୋଜନାରେ ପ୍ରଦତ୍ତ ଫୁଟବଲ ସ୍କୁଲ ଗୁଡିକୁ ପ୍ରଦାନ କରିଥିଲେ । ଫାଇନାଲ ଫୁଟବଲ ମ୍ୟାଚ ବାଳିକା ବର୍ଗ ବିନିକା ବ୍ଲକ ଓ ବୀରମହାରାଜପୁର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୀରମହାରାଜପୁର ବ୍ଲକ ୩-୦ ଗୋଲରେ ଚମ୍ପିୟାନ ହୋଇଥିଲା । ଠିକ୍‌ ସେହିପରି ବାଳକ ବର୍ଗରେ ଡୁଙ୍ଗୁରିପାଲି ବ୍ଲକ ଓ ସୋନପୁର ବ୍ଲକ ମଧ୍ୟରୁ ଏହି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
ଡୁଙ୍ଗୁରିପାଲି ବ୍ଲକକୁ ସୋନପୁର ବ୍ଲକ ଟ୍ରାୟବ୍ରେକରରେ ୪-୩ ଗୋଳରେ ପରାସ୍ତ କରି ଫାଇନାଲରେ ଚମ୍ପିୟାନ ହୋଇଛି । ବାଳିକା ବିଭାଗରେ ମ୍ୟାନ ଅଫ ଦି ମ୍ୟାଚ, ପ୍ରିତିମୟୀ ଭୁକ୍ତା, ବେଷ୍ଟ ସ୍କୋରର ଶାନ୍ତି ଲତା ଭୋଇ, ମ୍ୟାନ ଅଫ ଦ ସିରିଜ ଶାନ୍ତିଲତା ଭୋଇ ବିବେଚିତ ହୋଇଥିଲେ ।
ପଡିଆର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ପଡିଆ ପରିଚାଳକ, ଖେଳ ଶିକ୍ଷକ ରଘୁନାଥ ଥନାପତିଙ୍କ ତତ୍ୱାବଧାନରେ ଖେଳ ନରସିଂହ ସେଠୀ ପ୍ରମୋଦ ପୁଟେଲ, ସଞ୍ଜୟ ଫତେସିଂହ, ସାନଡାଙ୍ଗ ଶିକ୍ଷକ ଶ୍ୟାମସୁନ୍ଦର ନାଏକ, ସଞ୍ଜୟ ସାହୁ, ମହମ୍ମଦ କଲିମଙ୍କ ସହଯୋଗରେ ପରିଚାଳିତ ହୋଇଥିଲା ।
ଆଜି ସମସ୍ତ ବ୍ଲକସ୍ତରରୁ ଫୁଟବଲ ଦଳ, ଜିଲ୍ଲାର ସମସ୍ତ ହାଇସ୍କୁଲର ଖେଳ ଶିକ୍ଷକ ଯୋଗ ଦେଇଥିଲେ । ବ୍ଲକ କ୍ରୀଡା ସଂପାଦକଙ୍କ ତତ୍ତ୍ୱାବଧାନରେ ସମସ୍ତ ବ୍ଲକ ଫୁଟବଲ ଟିମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ବ୍ଲକ ସଂପାଦକମାନଙ୍କୁ ବିଦ୍ୟାଳୟ କ୍ରୀଡା ସଂପାଦକ ଦୁର୍ଯ୍ୟୋଧନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty + 5 =