ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ ଲଣ୍ଡରେଜୁର ଗ୍ରାମରେ ବ୍ଲକ ସ୍ତରୀୟ କୃଷକ ଦିବସ ତଥା ଅକ୍ଷୟ ତୃତୀୟା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆର ପରମ୍ପରା ରୀତିନୀତିରେ ମାଟିମାକୁ ପୂଜା କରି ଜମିରେ ହଳ କରି ମୁଠି ଅନୁକୂଳ କରାଯାଇଥିଲା । ଧାନ ସହ ଏବର୍ଷ ସ୍ୱତନ୍ତ୍ର ଭାବରେ ଆନ୍ତର୍ଜାତୀୟ ମିଲଟ ବର୍ଷ ଉପଲକ୍ଷେ ମାଣ୍ଡିଆକୁ ମଧ୍ୟ ବ୍ୟବହାର କରାଯାଇଛି । ଏହି ଅବସରରେ ହରଭଙ୍ଗା କୃଷି ସୂଚନା ପରାମର୍ଶ କମିଟିର ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆଙ୍କ ଅଧ୍ୟକ୍ଷତା ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ସ୍ନେହଲତା ପ୍ରଧାନ ଯୋଗଦାନ କରି କୃଷି ଓ କୃଷକ ଭାଇଙ୍କ ସର୍ବାଙ୍ଗୀନ ବିକାଶ କାମନା କରିଥିଲେ । ସମ୍ମାନୀତ ଅତିଥି ଭାବେ ୭ନମ୍ବର ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର, ବ୍ଲକ ଉପାଧକ୍ଷ ସରୋଜ କୁମାର ପ୍ରଧାନ, ସ୍ଥନୀୟ ସରପଞ୍ଚ ଶ୍ରୀବନ୍ତ ମେହେର, ଶିଶୁ ବିକାଶ ଅଧିକାରୀ ନିରୁପମା ପାଣି, ସହକାରୀ ଉଦ୍ୟାନ ଅଧିକାରୀ ଜ୍ଞାନରଞ୍ଜନ ଦିଗାଲ, ସହକାରୀ ମତ୍ସ୍ୟ ଅଧିକାରୀ ରାକେଶ ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୁତି ମିଶ୍ର, ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସ ଉପସ୍ଥିତ କୃଷି ଓ କୃଷକଙ୍କ ସମ୍ପର୍କିତ ବିଭିନ୍ନ ସୁବିଧା ଉପରେ ନିଜ ନିଜର ମତବ୍ୟକ୍ତ ରଖିବା ସହ ଚଳିତ ବର୍ଷ ଗୋ ସୁଗମ ପୋଟାଲ ମାଧ୍ୟମରେରେ ବିହନ ବୁକିଂ କରି ଡିଲର ମାନଙ୍କ ଠାରୁ ଚାଷୀ ମାନେ ବିହନ କ୍ରୟ ପାଇଁ ବ୍ୟବସ୍ଥା ଥିବା ଉପରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଫଳ ଚାଷୀଙ୍କ ସମେତ ହରଭଙ୍ଗା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କୃଷି ଓଭରସିଓର ଶଶାଙ୍କ ଶେଖର ଦାସ ଉପସ୍ଥିତ ରହିଥିବା ବେଳେ ସହକାରୀ ଉଦ୍ୟାନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।