ଜଙ୍ଗଲ ପାଡୁ ଗ୍ରାମରେ କୋଭିଡ-୧୯ ମୁକ୍ତ ଟିକାକରଣ ସଚେତନତା କାର୍ଯ୍ୟକ୍ରମ

0 91

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ବଡ଼ ଗୋଶାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ପାଡୁ ଗ୍ରାମଠାରେ ହେଚ ଏଲଏଫପିପିଟିଏମ୍‌ ରାଇଟ ଗଜପତି ତରଫରୁ କୋଭିଡ-୧୯ ମୁକ୍ତ ଟିକାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନ୍ଦ୍ର ସରକାରଙ୍କ ମୁକ୍ତ ଟିକାକରଣକୁ ସଫଳ କରିବା ଏବଂ ସମାଜରେ ସୁସ୍ଥ ବାତା ବରଣ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ନିଜେ ଏବଂ ନିଜ ପରିବାରଙ୍କୁ କୋରନା ଠାରୁ ଦୂରେଇ ରଖିବା । ଯେଉଁ ମାନେ ଟିକା ନେଇ ନାହାନ୍ତି ସମସ୍ତଙ୍କୁ ମୁକ୍ତ ଟିକା ନେବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ ଗ୍ରାମର ୱାର୍ଡ ସଭ୍ୟା ସନ୍ତୋସି ନାୟକ ଅଙ୍ଗନବାଡି କର୍ମୀ ମମତା ଜେନା, ଆଶା କର୍ମୀ ସରୋଜିନୀ ପାତ୍ର, ଗ୍ରାମର ଭଦ୍ର ବ୍ୟକ୍ତି ପ୍ରେମ ଜେନା, ଚନ୍ଦ୍ର ମୋହନ ସାମଲ, ନିରଞ୍ଜନ ସାମଲ,ସୁଧୀର ପାତ୍ର ଏବଂ ଗ୍ରାମର ପୁରୁଷ ଓ ମହିଳା ମାନେ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ହେଚ ଏଲ ଏଫ ପି ପି ଟି ଏମ୍‌ ରାଇଟ ଗଜପତି ଗୋଶାଣି ବ୍ଳକର ବ୍ଳକ ଅଧିକାରୀ ବିଜୟ ଶଙ୍କର ପାଢ଼ୀ ପ୍ରୋଜେକ୍ଟ ଭିଡିଓ ମାଧ୍ୟମରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନତା କରାଇଥିଲେ । ଶେଷରେ ଗ୍ରାମର ଅବସର ସୈନିକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven − 4 =