ପୁସ୍ତକ ଉନ୍ମୋଚନ ଓ କବିତା ପଠନ

0 81

ଫୁଲବାଣୀ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମୁଖ୍ୟ ଆନୁକୁଲ୍ୟରେ କବିତା ପାଠ ଓ ପୁସ୍ତକ ଉନ୍ମୋଚନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ବରିଷ୍ଠ ସାହିତ୍ୟିକ ଅନନ୍ତ ଚରଣ ମିଶ୍ର ଯୋଗଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ । ଭଦ୍ରକର ପାଳିଆ ଅବସ୍ଥିତ ପ୍ରଭୁ ବିରଂଚି ନାରାୟଣଙ୍କ କଥା ଓ ଗାଥାକୁ ନେଇ “ପାଳିଆ ବିରଂଚି ନାରାୟଣ’ ଓ ଭାବ ଭକ୍ତି ର କବିତା “ଜୀବନ ସ୍ରୋତ’କୁ ପଞ୍ଚାୟତ ମହାବିଦ୍ୟାଳୟ, ଫିରିଙ୍ଗିଆର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର ସମୀକ୍ଷା କରିଥିଲା ବେଳେ ସଂଗଠନ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ସହ ସମ୍ପାଦିକା ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କ ସୁନ୍ଦର ସଂଯୋଜନାରେ ଉପସ୍ଥିତ କବିମାନେ କବିତା ଆବୃତ୍ତି କରିଥିଲେ । ସର୍ବଶ୍ରୀ ନବୀନ ଚନ୍ଦ୍ର ପଣ୍ଡା, ଡ଼ଃ ନୃସିଂହାନନ୍ଦ ମହାପାତ୍ର , କୁନ୍ଦନ ସିଂ, ବି କେ କମଳ, କବି ସୌରଭ ବୈଜୟନ୍ତୀମାଳା ମହାପାତ୍ର, ସୋମନାଥ ସାହୁ,ଦୁର୍ଯ୍ୟେଧନ ପ୍ରଧାନ, ରାମକୃଷ୍ଣ ବେହେରା ପ୍ରମୁଖ କବିତା ପାଠ କରିଥିଲେ । ଏହା ପୂର୍ବରୁ ଡ଼ଃ ମହାନ୍ତିଙ୍କ ବହୁ ପୁସ୍ତକ ପ୍ରକାଶିତ ହୋଇଥିଲା ବେଳେ ମହାଶିବ ରାତ୍ର ଅବସରରେ ଚକାପାଦଠାରେ “ବାବା ବିରୁପାକ୍ଷ’ ଓ ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡାଙ୍କ ମନ୍ଦିରରେ “ମହାମାୟୀ ପାଟଖଣ୍ଡା’ ନାମରେ ଦୁଇଟି ପୁସ୍ତକ ସଦ୍ୟ ଉନ୍ମୋଚିତ ହୋଇଯାଇଛି । ଡ଼ଃ ମହାନ୍ତିଙ୍କ ଏହି ସାହିତ୍ୟ କୃତି ପାଇଁ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × 1 =