ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା

0 70

ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଆନୁକୁଲ୍ୟରେ ନୂତନ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲାର ୧୬ଟି ଆଇନ ସାକ୍ଷରତା କ୍ଲବର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ଷୁଦ୍ର ନାଟକ, ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନା ପ୍ରତିଯୋଗୀତା ଅନୁଷ୍ଟିତ ହୋଇଯାଇଛି । ମହିଳା ସଶକ୍ତିକରଣ, ପରିମଳ ବ୍ୟବସ୍ଥା, ଟ୍ରାଫିକ ନିଯମାବଳୀ ଓ ବହୁ ବିଷୟ ବସ୍ତୁକୁ ନେଇ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ (ପୋକସୋ) ଶ୍ରୀମତୀ ପ୍ରଣତୀ ସାହା ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ, ବରିଷ୍ଠ ଦେବାନୀ ଜଜ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ଓ ଡକ୍ଟର ରେଶମଲାଲ ନାୟକ, ନବରଙ୍ଗପୁର ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କ୍ଷୁଦ୍ର ନାଟକ ପ୍ରତିଯୋଗୀତାରେ ବିଚାରକ ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଜନକ ରାଉତ, ଦେବଦାସ ମହାଙ୍କୁଡ ଓ ଯୁଗଳ କିଶୋର ତ୍ରିପାଠୀ ଏବଂ ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନା ପ୍ରତିଯୋଗୀତାର ଅତିରିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର, ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା, ଶ୍ରୀଯୁକ୍ତ ଅବନୀ କୁମାର ତ୍ରିପାଠୀ, ଶ୍ରୀଯୁକ୍ତ ଜଗଦୀଶ ତ୍ରିପାଠୀ ଓ ବସନ୍ତ ବେନିଆ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲାର ୧୬ ଗୋଟି ବିଦ୍ୟାଳୟର ଆଇନ ସାକ୍ଷରତା କ୍ଲବ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ଆଇନ ସାକ୍ଷରତା କ୍ଲବ ମଧ୍ୟରୁ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଇଘର ପ୍ରଥମ ସ୍ଥାନ ଅଧିକାର କରିଥିଲା ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ନନ୍ଦହାଣ୍ଡି ଦ୍ୱିତୀୟ ସ୍ଥାନ ଓ ଉପଗ୍ରଡେଡ ଉଚ୍ଚ ବିଦ୍ୟାଳୟ, ଡଙ୍ଗରଭେଜା ତୃତୀୟ ସ୍ଥାନ ଅଧିକାର କରିଥିଲା । କ୍ଷୁଦ୍ର ନାଟରେ ବିଜୟୀ ଦଳକୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରବନ୍ଧ ରେ ସାଇସ୍ମିତା ସାହୁ, ସରସ୍ୱତୀ ଶିଶୁମନ୍ଦିର, ନୂଆଗଡ, ଚିତ୍ରାଙ୍କନାରେ ଆଶ୍ରା ସିରିନ, ଲାଲବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ, ପାପଡାହାଣ୍ଡି ଓ ବକୃତାରେ ଅନିରୁଧ ପଣ୍ଡା, ସରସ୍ୱତୀ ଶିଶୁମନ୍ଦିର, ନୂଆଗଡ, ନବରଙ୍ଗପୁର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସଭା ଶେଷରେ କିଶୋରୀ ପଟ୍ଟନାୟକ, ଆଇନଜୀବି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ପରିଚାଳନା କରଯାଇଥିଲା ।

hiranchal ad1
Leave A Reply

Your email address will not be published.

three × five =