ବ୍ରାହ୍ମଣୀ ଗାଁରେ ହାତୀ ଆତଙ୍କ ; ଭାଙ୍ଗିଲା ଘର, ଫସଲ ନଷ୍ଟ

0 123

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗନ୍ଧମାର୍ଦ୍ଦନ ପାହାଡ଼ ତଳି ବ୍ରାହ୍ମଣୀ ଗାଁରେ କିଛିଦିନ ହେଲା ବରଗଡ଼ ଜିଲ୍ଲା ଅଞ୍ଚଳରୁ ହାତୀ ଆସି ଆତଙ୍କ କରୁଥିବା ଦେଖାଦେଇଛି । ଯାହା ଫଳରେ ଲୋକେ ରାତି ହେଲେ ଭୟଭୀତ ହୋଇ ପଡୁଛନ୍ତି । ଗତ ରାତିରେ ଗାଁର ପୁଷ୍ପା ରଣା ଓ କସ୍ତୁରୀ ରଣାଙ୍କ ଘର ହାତୀ ଭାଙ୍ଗିଥିବା ଜଣାଯାଇଛି । ସେହିପରି ଗାଁର ପ୍ରଗତି ଏସଏସଜି ପ୍ରସ୍ତୁତି କରିଥିବା ସଜନା ଚାରାକୁ ନଷ୍ଟ କରିଥିବା ବେଳେ ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଜଙ୍ଗଲ ବିଭାଗ ତରଫରୁ ବନପାଳ ଅରବିନ୍ଦ ଧରୁଆ ସଦଲବଳେ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ସଚେତନ କରୁଥିବା ଜଣାଯାଇଛି । ଏ ନେଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗଙ୍କୁ ପଚାରିବାରୁ କିଛି ଦିନ ହେଲା ବରଗଡ଼ ଜିଲ୍ଲା ଅଞ୍ଚଳରୁ ଦୁଇଟି ହାତୀ ଆସି ଉପଦ୍ରବ କରୁଥିବା କହିଥିବା ବେଳେ ଲୋକଙ୍କୁ ବନବିଭାଗ ତରଫରୁ ସଚେତନ କରାଯାଉଛି ଏବଂ ହାତୀ ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଠିକ ବର୍ଷେ ତଳେ ବ୍ରାହ୍ମଣୀ ଗାଁର ଯାଦବ ରଣାଙ୍କୁ ହାତୀ କଚାଡି ମାରିଥିଲା । ଏବେ ବର୍ଷେ ପରେ ପୁଣି ସେହି ଘରକୁ ଆସି ତାଙ୍କ ଘର ଭାଙ୍ଗିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

hiranchal ad1
Leave A Reply

Your email address will not be published.

one × 1 =