୬ ବର୍ଷ ପରେ ମିଳିଲା ହଜିଲା ପୁଅ, ପରିବାର ସମେତ ଗାଁ ରେ ଖୁସିର ଲହରୀ

0 343

ବାଲିଗୁଡ଼ା: ୬ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକେ । ଦୀର୍ଘ ବର୍ଷ ପରେ ନିଜ ପୁଅକୁ ପାଖରେ ପାଇ ବିଭୋର ପରିବାର ବର୍ଗ । ଗାଁ ରେ ଖେଳିଯାଇଛି ଖୁସିର ଲହରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । ଗତ ୨୦୧୬ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ରୁତୁଙ୍ଗିଆ ଗ୍ରାମ ପଞ୍ଚାୟତର ଓହାକିଆ ଗ୍ରାମର ଗୋବିନ୍ଦ ମଲ୍ଲିକ ନାମକ ଜଣେ ନାବାଳକ କୌଣସି ଲୋକର ପ୍ରଲୋଭନରେ ପଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଥିଲେ । ହେଲେ ସେଠାରେ ସମ୍ପୃକ୍ତ ବ୍ୟକ୍ତି ଗୋବିନ୍ଦକୁ ଛାଡ଼ିଦେଇ କୁଆଡେ ଚାଲିଯାଇଥିଲେ । ଫଳରେ ଗୋବିନ୍ଦ ଆଉ ଘରକୁ ଫେରିନପାରି ବାଟବଣା ହୋଇଯାଇଥିଲା । ସେପଟେ ପରିବାର ଲୋକେ ଗୋବିନ୍ଦର କୌଣସି ସନ୍ଧାନ ପାଇନଥିଲେ । ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ବାଲିଗୁଡ଼ା ଅଞ୍ଚଳର ଯୁବ ସମାଜସେବୀ ଅରୁଣ ନାୟକ ଗୋବିନ୍ଦଙ୍କୁ ଖୋଜିବାରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ । ଆଖପାଖ ଅଞ୍ଚଳରେ ଗୋବିନ୍ଦର ସନ୍ଧାନ ଜାରି ରଖିଥିଲେ । ଗତକାଲି କଳାହାଣ୍ଡି -ରାୟଗଡ଼ା ସିମାନ୍ତ ଲାଞ୍ଜିଗଡ଼ ଅଞ୍ଚଳରେ ଗୋବିନ୍ଦ ଥିବା ସେହି ଅଞ୍ଚଳର ସରୋଜିନୀ ନାୟକ ନାମକ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ ସୂଚନା ପାଇ “ସେବା ହିଁ ଧର୍ମ” ଅନୁଷ୍ଠାନର ସଦସ୍ୟ ଓ ଗୋବିନ୍ଦଙ୍କ ସମ୍ପର୍କୀୟଙ୍କ ସହ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଦୋରାସାର୍ଲି ଗ୍ରାମକୁ ଯାଇଥିଲେ । ସେଠାରୁ ଗୋବିନ୍ଦଙ୍କୁ ସୁରକ୍ଷିତ ଭାବେ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଦୀର୍ଘ ୬ ବର୍ଷ ପରେ ହଜିଲା ପୁଅକୁ ପାଇଁ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଅନ୍ୟପଟେ ପରିବାର ଲୋକେ ଏବଂ ଅଞ୍ଚଳବାସୀ ଯୁବ ସମାଜସେବୀ ଅରୁଣ ଏବଂ ତାଙ୍କ ଅନୁଷ୍ଠାନର ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

16 − 11 =