ଗୁଣି ଗାରେଡିକୁ ନେଇ ଗାଁରେ ଅଶାନ୍ତି

0 47

ଗଞ୍ଜାମ:ପୁଣି ଅନ୍ଧ ବିଶ୍ୱାସକୁ ନେଇ ଗାଁରେ ଗଢ଼ି ଉଠିଛି ଅସନ୍ତୋଷ । ବିଜ୍ଞାନ କେତେ ଉପରକୁ ଯାଇ ଅଗ୍ରଗତି କରି ମଙ୍ଗଳ ଗ୍ରହକୁ ଯିବା ଏବଂ ଚନ୍ଦ୍ର ପୃଷ୍ଟରେ ଘର କରିବାର ଭିତ୍ତିଭୂମି ସଫଳ ହୋଇଥିବା ବେଳେ ଆଜି ମଧ୍ୟ କେତେକ ଗ୍ରାମରେ ଗୁଣି ଗାରେଡିକୁ ନେଇ ଲୋକଙ୍କ ମନରୁ ସନ୍ଦେହ ଦୂର ହୋଇପାରୁନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଜି ନୂଆଁପଲି ଗ୍ରାମରେ । ଗୁଣି ଗାରେଡି ସନ୍ଦେହରେ କିଛି ବ୍ୟକ୍ତି ସେହିଁ ଗ୍ରାମର ବଜାରି ଦାସ, ହଜାରୀ ଦାସ, ଓ ମୁନା ଦାସ,ରାଜୁ ଦାସ ଓ ତାଙ୍କ ସ୍ତ୍ରୀ ବନିତା ଦାସଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲେ । ଏବଂ ତାଙ୍କ ଦାନ୍ତ ଭାଙ୍ଗି ଅଖାଦ୍ୟ (ବିଷ୍ଟା ଖୁଆଇ ବାକୁ ଚେଷ୍ଟା କରୁଥିଲା ବେଳେ କୌଶଳ କ୍ରମେ ରାଜୁ ଓ ତାର ସ୍ତ୍ରୀ ସେଠାରୁ ଖସି ଆସି ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ଏସଡ଼ିପିଓ ରଜନୀ କାନ୍ତ ସାମଲ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଗ୍ରାମରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଆକ୍ରମଣ କରିଥିବା ବ୍ୟକ୍ତିମାନଙ୍କୁ ଥାନାକୁ ଆଣିଥିଲେ । ଏହାସହ ଗ୍ରାମର କିଛି ବ୍ୟକ୍ତିଙ୍କୁ ଥାନାକୁ ଡକାଇ ଏହି ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ । ସେମାନେ କହିଥିଲେ ଯେ ରାଜୁ ଦାସ ଓ ତାଙ୍କ ସ୍ତ୍ରୀ ଠାକୁରାଣୀ ପୂଜା କରୁଥିଲେ । ଗତକାଲି ଗାଁରେ କୋଠିଶାଳ ଯାତ୍ରା ଚାଲିଥିବାରୁ ବଜାରି ଦାସ ଙ୍କ ସ୍ତ୍ରୀ ମମତାଙ୍କ ଦେହରେ କାଳେ ମା ପ୍ରବେଶ ହୋଇ ରାଜୁ ଦାସ ଓ ତାଙ୍କ ସ୍ତ୍ରୀ ବନିତା ଗାଁରେ ଗୁଣି ଗାରେଡି କରୁଥିବାର କହିଥିଲେ, ଯାହା ଫଳରେ ତାଙ୍କ ସ୍ୱାମୀ, ବଜାରି, ହଜାରୀ ଓ ମୁନା ରାଜୁଙ୍କ ଘରେ ପଶି ଆକ୍ରମଣ କରିଥିଲେ ଏବଂ ସେମାନେ ଥାନାର ଦ୍ୱାରସ୍ତ ହୋଇ ଥିଲେ ବୋଲି କହିଛନ୍ତି । ଏହାସହ ଏସଡ଼ିପିଓଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଷ୍ଟାଫ ଧରି ସେହିଁ ଗ୍ରାମରେ ଭଦ୍ରଲୋକ ସହିତ ସରପଞ୍ଚ ଅନ୍ୟ ଭଦ୍ର ଲୋକଙ୍କୁ ଧରି ଏହାଭଳି କୁସଂସ୍କାର ଠାରୁ ଦୂରେଇ ରହି ଗାଁରେ ଶାନ୍ତି ପ୍ରତିଷ୍ଠା କରିବାକୁ କହିଥିଲେ । ତେବେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ କହିବା କଥା ରାଜୁ ମଦ୍ୟ ପାନ କରି ଗାଁରେ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଆମେତାକୁ ବୁଝେଇବାରୁ ସେ ଆମ ନାମରେ ମିଥ୍ୟା ଅଭିଯୋଗ କରି ଆମକୁ ହଇରାଣ କରୁଛି ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − seventeen =