ବ୍ଳକ ସ୍ତରୀୟ ବିଜ୍ଞାନମେଳା ପାଇଁ ପ୍ରସ୍ତୁତି ବୈଠକ

0 117

ପାଟଣାଗଡ଼ : ସ୍ଥାନୀୟ ରମାଇଁ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସକାଳ ୧୦ଟା ସମୟରେ ଆବାହକ ତଥା ରମାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ବିଶ୍ୱାଳ ଏବଂ ବ୍ଳକ ବିଜ୍ଞାନ ସଂଯୋଜକ ଓଁକାର ରଞ୍ଜନ ମିଶ୍ରଙ୍କ ସଂଯୋଜନା କ୍ରମେ ବ୍ଳକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶିକ୍ଷା ବର୍ଷ ୨୦୨୨/୨୩ ରେ ହେବାକୁ ଥିବା ବିଜ୍ଞାନମେଳା ଉପରେ ଏକ ପ୍ରସ୍ତୁତି ମୂଳକ ଆଲୋଚନା କରାଯାଇଥିଲା । ଆଲୋଚନା କ୍ରମେ ଆସନ୍ତା ଡ଼ିସେମ୍ବର ୩ରେ ଜନତା ଉଚ୍ଚ ବିଦ୍ୟାଳୟ ଭଇଁଷା ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା କରିବାକୁ ସ୍ଥିରିକୃତ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା ଉପସ୍ଥିତ ରହି ବିଜ୍ଞାନ ମେଳା ପାଇଁ ଉପଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ସମେତ ରମାଇଁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × 3 =