ଯୋଡା ଓ ବଡବିଲ ଶିଳ୍ପାଞ୍ଚଳର ବିକାଶରେ ଜେଏସ୍‌ଡବ୍ଲୁ ଭାଗିଦାରି

0 55

ଯୋଡ଼ା: ସ୍ୱଚ୍ଛ ସବୁଜ ଶିଳ୍ପାଞ୍ଚଳର ବିକାଶ ପାଇଁ ସବୁବେଳେ ଆଗେଇ ଆସିଛି ଜେଏସ୍‌ଡବ୍ଲୁ । ଲୋକମାନଙ୍କୁ ସମସ୍ତ ସୁବିଧା କରିବା ସହିତ ସ୍ୱାସ୍ଥ୍ୟ ଓ ସେବା ଉପରେ ଅଧିକ ଗୁରୁତ୍ୱ ଦେଇଛି । ଏହା ସହିତ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ର୍ରମ ଜରିଆରେ ଲୋକଙ୍କ ସହିତ ରହି ଆସିଛି କମ୍ପାନୀ । ଏହାକୁ ନେଇ କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ବଡ଼ବିଲ ଅଞ୍ଚଳରେ ଥିବା ଗୁଆଳିରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଚିକିତ୍ସା ସୁବିଧା, ଇସିଜି, ରକ୍ତ ପରୀକ୍ଷା ଓ ଔଷଧ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଛି । ତତ୍‌୍‌ ସହିତ ପ୍ରତ୍ୟେକ ମାସ ୨୦୦୦ରୁ ୩୦୦୦ ରୋଗୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଉଛି । ତତ୍‌ ସହିତ୨୪ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି । ସ୍ଥାନୀୟ ନୂଆଗାଁ ଖଣି ଅଞ୍ଚଳରୁ ପ୍ରତ୍ୟେକ ମାସ ୨୦୦ରୁ ଅଧିକ ରୋଗୀ ପରିବହନ, ସୁଦୂର ପଡା ଓ ବସ୍ତିମାନଙ୍କରେ ମେଡିକାଲ କ୍ୟାମ୍ପ ମାଧ୍ୟମରେ ବୃଦ୍ଧବ୍ୟକ୍ତି ଓ ଅନ୍ୟ ଅସହାୟ ଲୋକଙ୍କୁ ଚିକିତ୍ସା କରାଯାଉଛି । ଏହା ସହିତ ପିଇବା ପାଣି ଟ୍ୟାଙ୍କରରେ ଯୋଗାଇବା ସହିତ ଖଣି ପାରିପାଶ୍ୱର୍ିକ ଗ୍ରାମମାନଙ୍କରେ ଅତ୍ୟାଧୁନିକ ସୌର ଚାଳିତ ସେନ୍ସ ବୋରୱେଲ ମାଧ୍ୟମରେ ପିଇବା ପାଣିର ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ଆସନ୍ତା ୨୦୨୪ ପୂର୍ବରୁ ଖଣି ଅଧୀନରେ ଥିବା ସମସ୍ତ ଗ୍ରାମରେ ଏହି ବ୍ୟବସ୍ଥା ଲାଗୁ କରିବାର ବନ୍ଦୋବସ୍ତ କରିଛି । କେବଳ ସେତିକି ନୁହେଁ ଖଣି ଅଞ୍ଚଳରେ ୧୨ଟିରୁ ଅଧିକ ସୌର ଚାଳିତ ବୋରୱେଲ ପ୍ରତିଷ୍ଠା ଓ ଆଗାମୀ ଦିନରେ ଅଧିକ ବୋରୱେଲର ବ୍ୟବସ୍ଥା । ଖଣି ଅଧୀନରେ ଥିବା ଗ୍ରାମ ମାନଙ୍କରେ ଅଧିକ କ୍ଷମତାର ୧୦୦ରୁ ଊଦ୍ଧ୍ୱର୍ ସୌର ଚାଳିତ ଷ୍ଟ୍ରିଟ୍‌ ଲାଇଟ ଲଗାଇଛି । ବାକି ଥିବା ସମସ୍ତ ଅଞ୍ଚଳରେ ଏହି ବ୍ୟବସ୍ଥା କରାଯିବ ।
ବଡବିଲ୍‌ ଓ କୋଇଡା ଅଞ୍ଚଳର ୧୮ଟି ସରକାରୀ ଉଚ୍ଚ ବିଦ୍ୟାଳୟମାନଙ୍କରେ ଦେଶର ଅଗ୍ରଣୀ ସଂସ୍ଥା ମ୍ୟାଜିକ ବସ୍‌ ଫାଉଣ୍ଡେସନ ମଧ୍ୟମରେ ଲାଇଫ୍‌ ସ୍କିିଲ ଶିକ୍ଷା ପିଲାମାନଙ୍କୁ ପ୍ରଦାନ କରାଯିବ । ଦୂର ସ୍କୁଲକୁ ଯାଉଥିବା ପିଲାମାନଙ୍କ ପାଇଁ ସ୍କୁଲ ବସ ବ୍ୟବସ୍ଥା ଅଧିକ ଆବଶ୍ୟକତା ପଡିବାରୁ ବସ ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି । ବିଗତ ବର୍ଷରେ ଜେଏସ୍‌ଡବ୍ଲୁ ଛାତ୍ରବୃତ୍ତି ପାଖପାଖି ୧୦୦ ଜଣ ପିଲାଙ୍କୁ ପ୍ରଦାନ କରିଛି । ମାଟ୍ରିକରେ କୃତକାର୍ଯ୍ୟ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଛି । ଗତ ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷାର୍ଥୀ ମାନଙ୍କୁ ଟେଷ୍ଟ ପେପର ମାଗଣାରେ ପ୍ରଦାନ ସହିତ ଆସନ୍ତା ବର୍ଷ ମାଟ୍ରିକ ପିଲାଙ୍କୁ ମଧ୍ୟ ସମାନ ସୁବିଧା ଖୁବ ଶୀଘ୍ର ପ୍ରଦାନ କରାଯିବାର ବ୍ୟବସ୍ଥା କରୁଛି । ଖଣି ଅଞ୍ଚଳରେ ଥିବା ୯ଟି ଅଙ୍ଗନବାଡ କେନ୍ଦ୍ରର ଉନ୍ନତିକରଣ କରାଯାଇଛି । ସବୁ ଅଙ୍ଗନବାଡି କେନ୍ଦ୍ରକୁ ଚେୟା ଟେବୁଲ ସହିତ ପ୍ଲେ ସ୍କୁଲ ଛାଞ୍ଚାରେ ସମସ୍ତ ଅତ୍ୟାଧୁନିକ ଶିକ୍ଷା ଉପକରଣ ଯୋଗାଇ ଦିଆଯାଇଛି । ବାକିଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରମାନଙ୍କର ଉନ୍ନତିକରଣ ଆଗାମୀ ୩ରୁ ୬ ମାସ ମଧ୍ୟରେ ହାତକୁ ନେବ କମ୍ପାନୀ ।
ଦେଶର ପ୍ରତିଷ୍ଠିତ ସଂସ୍ଥା ବିଏଆଇଏଫ୍‌ ମାଧ୍ୟମରେ ଅଭିବୃଦ୍ଧି ଏକ ଦୀର୍ଘିମିଆଦୀ ଯୋଜନା ଆରମ୍ଭ କରିଛି । ବଡବିଲ ଓ କୋଇଡା ଅଞ୍ଚଳରେ ଥିବା ତାର ସମସ୍ତ ଖଣି ପ୍ରଭାବିତ ଗ୍ରାମମାନଙ୍କରେ ମହିଳା ଓ କୃଷକ ସଶକ୍ତିକରଣ ଏହି ପ୍ରୋଜେକ୍ଟ ମାଧ୍ୟମେ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ତାଲିମ ସହିତ ପାଖୋରୀ, କୃଷି ସରଞ୍ଜାମ ଓ ପାଣି ପମ୍ପ ପ୍ରଦାନ ଓ ଆଗାମୀ ଦିନରେ ଛତୁ ଚାଷ, କୁକୁଡା ପାଳନ, ପଶୁ ପାଳନ ଇତ୍ୟାଦି ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହା ସହିତ ନିକଟ ଭବିଷ୍ୟତରେ ମହିଳା ଓ ଯୁବକ ମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ସୁପରିକଳ୍ପିତ ଯୋଜନା ହାତକୁ ନେବାର ବ୍ୟବସ୍ଥା କରାଯିବ । ଖଣି ପ୍ରଭାବିତ ଅଞ୍ଚଳରେ ଖେଳ ଓ ଖେଳାଳିମାନଙ୍କୁ କୋଚିଂ ସହିତ ପୋଷଣ ଯୁକ୍ତ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଛି କମ୍ପାନୀ । ଜଝାଙ୍ଗ ଖଣି ଅଞ୍ଚଳରେ ଆରମ୍ଭ କରାଯାଇଥିବା ଏହି ପ୍ରୋଜେକ୍ଟକୁ ନୂଆଗାଁ ଏବଂ ନାରାୟଣପୋଷି ଖଣି ଅଞ୍ଚଳରେ ଆରମ୍ଭ କରୁଛି ଜେଏସ୍‌ଡବ୍ଲୁ । ଏହି ସହିତ ବଡବିଲ କିକ ବକ୍ସିଂ ଟିମ୍‌କୁ ଜେଏସ୍‌ଡବ୍ଲୁ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଉକ୍ତ ଅଞ୍ଚଳର ସ୍ଥାନୀୟ ବାସିନ୍ଦାମାନେ ଉପରୋକ୍ତ ଯୋଜନାରୁ ଲାଭ ପାଉଥିବାରୁ ଜେଏସ୍‌ଡବ୍ଲୁ ପ୍ରତି ସମର୍ଥନ ରହିଛି ।

hiranchal ad1
Leave A Reply

Your email address will not be published.

eighteen − one =