ବୌଦ୍ଧରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚଂପିଆନସିପ ଉଦଘାଟିତ

0 68

ବୌଦ୍ଧ,୧୧/୧୧- ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଦ୍ୱାରା ମାନ୍ୟତାପ୍ରାପ୍ତ ରାଜ୍ୟସ୍ତରୀୟ ୧୯ ବର୍ଷରୁ କମ୍‌ ବୟସ ବର୍ଗର ବ୍ୟାଡମିଣ୍ଟନ ଚଂପିଆନସିପ ବୌଦ୍ଧର ଇନଡୋର ଷ୍ଟାଡିୟମରେ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଏହି ଚଂପିଆନସିପ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଫୁଲବାଣୀ ଷ୍ଟେଟବ୍ୟାଙ୍କ ରିଜିଓନାଲ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା ବ୍ୟାଡ଼ମିଣ୍ଟନ ସଙ୍ଘ ସଭାପତି ଜୁଲିଅସ ସିଜର ମହାକୁଳ, ସମ୍ପାଦକ ହୃଦାନନ୍ଦ ମିଶ୍ର, କାର୍ଯ୍ୟକାରୀ ସମ୍ପାଦକ ସି.ଏ ସୁନ୍ଦର ପ୍ରକାଶ ମଞ୍ଚାସୀନ ଥିଲେ । ଏହି ଚଂପିଆନସିପ ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବ । ରାଜ୍ୟର ୨୭ ଗୋଟି ଜିଲ୍ଲାର ପ୍ରାୟ ୧୨୦ ଜଣ ବାଳକ ଓ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିବା ନିମନ୍ତେ ପଞ୍ଜିକୃତ ହୋଇଛନ୍ତି । ଏହି ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚଂପିଆନସିପର ଆୟୋଜନ ଚଳିତବର୍ଷ ବୌଦ୍ଧ ବ୍ୟାଡମିଣ୍ଟନ ଆସୋସିଏସନ ନିର୍ବାହ କରୁଛି । ଉକ୍ତ ଚଂପିଆନସିପରେ ପ୍ରାୟ ୧ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବା ସହିତ ଟ୍ରଫି ପ୍ରଦାନ କରାଯିବ । ଓଏସବିଏ ଦ୍ୱାରା ମନୋନୀତ ବ୍ୟାଡମିଣ୍ଟନ ରେଫରୀ ବିଜୟ କୁମାର ବାଗ ଏବଂ ଅନ୍ୟ ୧୪ଜଣ ଟେକନିକାଲ ଅଧିକାରୀଙ୍କ ଦ୍ୱାରା ପ୍ରତିଯୋଗିତା ଆୟୋଜନ କରାଯାଇଛି । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନର ସଂପାଦକ ନିଲିନ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୌଦ୍ଧ ବ୍ୟାଡମିଣ୍ଟନ ଆସୋସିଏସନ ଏହି ରାଜ୍ୟସ୍ତରୀୟ ଚଂପିଆନସିପର ଆୟୋଜନ କରୁଛନ୍ତି । ବୌଦ୍ଧ ବ୍ୟାଡମିଣ୍ଟନ ଆସୋସିଏସନର ଉପସଭାପତି ପ୍ରଦୋଷ କୁମାର ମହାରଣା, କୋଷାଧ୍ୟକ୍ଷ ଆଲୋକ ରଥଙ୍କ ସମେତ ସଦସ୍ୟ ବିଘ୍ନେଶ, ପରେଶ, ଶିବୁ, ଜିତୁ, ଗଣେଶ, କାହ୍ନା ପ୍ରମୁଖ ସହଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

3 × 1 =