ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦଘାଟିତ

0 73

ପୁରୀ : ଆଜି ଅପରାହ୍ନରେ ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ୩ ଦିନିଆ ୫୫ତମ ରାଜ୍ୟ ସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍‌ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାକୁ ଉଦଘାଟନ କରିବା ସହ କ୍ରୀଡା ପ୍ରତିଭାର ବିକାଶ ଦିଗରେ ଖୋ ଖୋ ଖେଳ ସହାୟକ ହୋଇପାରିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ପୁରୀ ଜିଲ୍ଲା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଖୋ ଖୋ ପ୍ରତିଯୋଗିତାର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ପୁରୀ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା କରିଥିଲେ । ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiring

ଜିଲ୍ଲାପାଳ ଶ୍ରୀ ବର୍ମା କ୍ରୀଡା ପତାକା ଉତ୍ତୋଳନ କରିବା ସହ ପ୍ରତିଯୋଗିତା ଆରମ୍ଭର ଘୋଷଣା କରିଥିଲେ । ପୁରୀ ଖୋ ଖୋ ଦଳର ଭରତ ପ୍ରଧାନ ସମସ୍ତ କ୍ରୀଡାବିତଙ୍କୁ ଶପଥ ପାଠ କରାଇଥିଲେ । ଜିଲ୍ଲାପାଳ ବିଭିନ୍ନ ଦଳର କ୍ରିଡାବିତଙ୍କ ସହ ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ,କିଟ ବିଶ୍ୱବିଦ୍ୟାଳୟ ଓ ପୁରୀ ଖୋ ଖୋ ସ୍ପୋର୍ଟ୍ସ ହଷ୍ଟେଲର ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଜିଲ୍ଲା ହାଇସ୍କୁଲ ର ତିନୋଟି କୋର୍ଟରେ ମ୍ୟାଟ୍‌ ମାଧ୍ୟମରେ ଏହି ଖେଳ ଅନୁଷ୍ଠିତ ହେଉଛି । ୧୩ ତାରିଖ ଉଦଯାପନ ଉତ୍ସବ ରେ ଉଭୟ ପୁରୁଷ ଓ ମହିଳା ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା, ରନରସ୍‌ ଅପ ଦଳକୁ ୭ ହଜାର ଟଙ୍କା, ୩ୟ ଓ ୪ର୍ଥ ଦଳକୁ ୫ ହଜାର ଟଙ୍କା ଲେଖାଏଁ ଓ ୩ ଜଣ ଶ୍ରେଷ୍ଠ ଖେଳାଳୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ଟ୍ରଫି ଦିଆଯିବ । ଏହି ପ୍ରତିଯୋଗିତାରୁ ମିଳୁଥିବା ଶ୍ରେଷ୍ଠ ଖେଳାଳୀଙ୍କ ଦଳ ଚଳିତ ମାସ ୨୦-୨୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ଠାରେ ଅନୁଷ୍ଠିତ ହେବାକୁ ଥିବା ୫୫ ତମ ଜାତୀୟ ଖୋ ଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ ।

hiranchal ad1
Leave A Reply

Your email address will not be published.

2 + 12 =