ଯୌତୁକ ପାଇଁ ଶାଶୁ କାଟିଦେଲା ବୋହୂର ହାତ ଆଙ୍ଗୁଠି !

0 91

ଫୁଲବାଣୀ: ଯୌତୁକ ପାଇଁ ଶାଶୁ ବୋହୂର ଆଙ୍ଗୁଠିକୁ ଧାରୁଆ ଅସ୍ତ୍ରରେ କାଟି ଶରୀରରୁ ଅଲଗା କରି ଦେଇଥିବା ଭଳି ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ପଞ୍ଚାୟତର ଡଙ୍ଗା ଗ୍ରାମରେ । ପୀଡିତା ଝୁଲଣା ବେହେରା ଆଜିକୁ ଦଶ ବର୍ଷ ପୂର୍ବେ ଭଲ ପାଇ କୃତିବାସ ବେହେରାଙ୍କୁ ବିବାହ କରିଥିଲେ । ଯୌତୁକ ଦାବୀ କରି ବାରମ୍ବାର ସ୍ୱାମୀ ଓ ଶାଶୁ ମିଶି ଝୁଲଣାକୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଆସୁଥିଲା । ପରିଶେଷରେ ଆଜି ସ୍ୱାମୀ ଓ ଶାଶୁ ରେବତୀ ବେହେରା ତାଙ୍କୁ ମାରି ଦେବାକୁ ଚେଷ୍ଟା କରୁଥିବା ବେଳେ ଆଜି ଝୁଲଣାର ବାମ ହାତର ବିଶି ଆଙ୍ଗୁଠିକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଝୁଲଣାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଉଛି । ସ୍ୱାମୀ କୃତିବାସ ଓ ଶାଶୁକୁ କୋଠର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ପୀଡିତା ଝୁଲଣା । କିନ୍ତୁ କେଉଁ କାରଣ ପାଇଁ ଶାଶୁ ତାଙ୍କ ଆଙ୍ଗୁଠି କାଟିଛନ୍ତି ତାହା ସଠିକ ଭାବେ ଜଣାପଡିନଥିଲେ ମଧ୍ୟ ସଦର ପୋଲିସ ଏ ଦିଗରେ ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

seventeen + nine =