ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ

0 368

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ୧୬ ନଂ ୱାର୍ଡ ଖଣ୍ଡପଡା ଗ୍ରାମରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ଦଶପଲ୍ଲା ଥାନାରେ ଗ୍ରାମବାସୀ ଓ ପରିବାରବର୍ଗ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଚାପର ବସବର୍ତ୍ତୀ ହୋଇ ଦୀର୍ଘ ସମୟ ଧରି ପୁଲିସ କାହାରିକୁ ଗିରଫ କରିନଥିବାରୁ ଗ୍ରାମବାସୀ ଥାନା ସମ୍ମୁଖରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ପ୍ରକାଶ ଯେ, ପ୍ରଫୁଲ୍ଲ ଦାସଙ୍କ ପୁଅ ବିରଶେନ ଦାସ ଶନିବାର ରାତି ୮ଟାରେ ରବୀନ୍ଦ୍ର ସାହୁଙ୍କ ବାରଣ୍ଡାରେ ବସିଥିଲେ । କୌଣସି କାରଣବଶତଃ ରବୀନ୍ଦ୍ର ଓ ବିରଶେନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଚୈତନ୍ୟ ସାହୁ , ରବିନ୍ଦ୍ର ସାହୁ ଓ ତାଙ୍କର କିଛି ସହଯୋଗୀ ମିଳିମିଶି ବିରଶେନଙ୍କ ମୁଣ୍ଡ ଓ ଛାତିକୁ କାଠଫାଳିଆରେ ପିଟି ପିଟ ହତ୍ୟା କରିଥିଲେ । ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉତ୍ତ୍ୟକ୍ତ ଗ୍ରାମବାସୀ ଦଶପଲ୍ଲା ଥାନା ସମ୍ମୁଖ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ନୟାଗଡ ଏସ୍‌ଡିପିଓ ଶୁଭେନ୍ଦୁ କୁମାର ସିହ୍ନା ପହଁଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଦୁଇ ଅଭିଯୁକ୍ତ ଚୈତନ୍ୟ ସାହୁ ଓ ରବିନ୍ଦ୍ର ସାହୁଙ୍କୁ ଅଟକରଖି ତଦନ୍ତ ଜାରୀ ରହିଛି ।

hiranchal ad1
Leave A Reply

Your email address will not be published.

10 + 15 =