ବଡ ପଦକ୍ଷେପ ନେବ ବିସିଆଇ ! ପ୍ରତି ଫର୍ମାଟରେ ଜଣେ ଲେଖାଏଁ ରହିବେ ଅଧିନାୟକ

0 61

ମୁମ୍ବାଇ : ଟି-୨୦ ବିଶ୍ୱକପ୍‌ ୨୦୨୨ର ଭାରତ ସେମିଫାଇନାଲରେ ହାରି ଘରକୁ ଆସିଛି । ଇଂଲଣ୍ଡ ଟିମ୍‌କୁ ୧୦ ଓ୍ୱିକେଟ୍‌ରେ ଶୋଚନୀୟ ପରାଜୟ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ପୁଣି ଥରେ ଭାରତୀୟ ଫ୍ୟାନ୍ସଙ୍କ ବିଶ୍ୱକପ୍‌ ଆଶା ମଉଳିଛି । ତେବେ ଏସବୁ ଭିତରେ ବିସିସିଆଇ ନେବାକୁ ଯାଉଛି ବଡ଼ ପଦକ୍ଷେପ ।

hiring

ମିଳିଥିବା ସୂଚନାନୁସାରେ, ଏଣିକି କୌଣସି ବି ପ୍ଲେୟର ସମସ୍ତ ଫର୍ମାଟରେ ଅଧିନାୟକ ରହିବେନାହିଁ । ପ୍ରତି ଫର୍ମାଟ ପାଇଁ ନୂଆ ନୂଆ ଅଧିନାୟକ ମନୋନୀତ କରାଯିବ । ଟେଷ୍ଟ ଟିମ୍‌ ଜଣେ, ଦିନିକିଆ ଟିମ୍‌ ପାଇଁ ଜଣେ, ଟି-୨୦ କ୍ରିକେଟ୍‌ ପାଇଁ ବି ଜଣେ ଅଧିନାୟକ ଚୟନ କରାଯିବ । ସେହିପରି ପ୍ରତି ଫର୍ମାଟ ପାଇଁ ବି ଭିନ୍ନ ଭିନ୍ନ ଖେଳାଳି ବି ଚୟନ କରାଯିବ । ଖାସ୍‌ କରି ଟି-୨୦ କ୍ରିକେଟ୍‌ ପାଇଁ ଯୁବ ପ୍ରତିଭାଙ୍କୁ ଚୟନ କରାଯିବ ବୋଲି ସୂଚନା ମିଳିଛି । ତେବେ ଏନେଇ ବିସିସିଆଇ ପକ୍ଷରୁ କିଛି ଅଧିକାରୀକ ଘୋଷଣା ହୋଇନାହିଁ । କିନ୍ତୁ ସେପଟେ ବୋର୍ଡ ମଧ୍ୟ ଏହି ପ୍ରସଙ୍ଗ ନେଇ ବିଚାର ବିମର୍ଶ କରୁଛି । ଖୁବଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରିପାରେ ଭାରତୀୟ ବୋର୍ଡ ।

ତେବେ ଏବେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ ଅଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି-୨୦, ଦିନିକିଆ, ଟେଷ୍ଟ ପାଇଁ ତିନି ଜଣ ଅଧିନାୟକ ବଛାଯାଇଛି । ସେମାନଙ୍କ ନେତୃତ୍ୱରେ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବେ ।

hiranchal ad1
Leave A Reply

Your email address will not be published.

14 − ten =