ଦଶପଲ୍ଲା କୋର୍ଟ ପରିସରରେ ବାର୍‌ ଆସୋସିଏସନ ଗୃହ,କ୍ୟାଣ୍ଟିନ୍‌ ଓ ପ୍ରତିକ୍ଷା ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

0 128

ଦଶପଲ୍ଲା : ଆଜି ଦଶପଲ୍ଲା କୋର୍ଟ ପରିସରରେ ବାର୍‌ ଆସୋସିଏସନ ଗୃହ, କ୍ୟାଣ୍ଟିନ୍‌ ଗୃହ ଓ ପ୍ରତିକ୍ଷା ଗୃହ ନିର୍ମାଣ ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌ ମୂରଲୀଧରଙ୍କ କର କମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଓଡିଶା ହାଇକୋର୍ଟର ବିଚାରପତି ବି ଆର୍‌ ଷଡ଼ଙ୍ଗୀ, ବିଚାରପତି ଭି ନରସିଂହ ଯୋଗଦେଇଥିଲେ । ଦଶପଲ୍ଲା ବାର୍‌ ଆସୋସିଏସନର ବରିଷ୍ଠ ଆଡଭୋକେଟ ଶରତଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିବାବେଳେ ଦଶପଲ୍ଲା ବାର୍‌ ଆସୋସିଏସନର ସଭାପତି ଆଡଭୋକେଟ ସୁଶାନ୍ତ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଦଶପଲ୍ଲା ବାର୍‌ ଆସୋସିଏସନର ବରିଷ୍ଠ ଆଡ଼ଭୋକେଟ୍‌ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପାୟନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଓ ଦୌରାଜଜ୍‌ ରୁପଶ୍ରୀ ଚୈଧୁରୀ, ନୟାଗଡ଼ ଜିଲ୍ଲାପାଳ, ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯୋଗଦେଇଥିଲେ । ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡିଶା ମଧ୍ୟରେ ଏହି ପ୍ରତିକ୍ଷା ଗୃହ ବହୁ ଉପଯୋଗୀ ହେବବୋଲି ମାନ୍ୟବର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର କହିଥିଲେ । ଦଶପଲ୍ଲା ଠାରେ ନିର୍ମିତ ହେବାକୁଥିବା ବାର୍‌ ଆସୋସିଏସନ ଗୃହ ଦଶପଲ୍ଲା ଆଡଭୋକେଟ ମାନଙ୍କ ପାଇଁ ନିହାତି ଆବଶ୍ୟକ ଥିବାରୁ ଏହାକୁ ଖୁବ୍‌ ଶୀଘ୍ର ନିର୍ମାଣ କରାଯିବ ବୋଲି କହିଥିଲେ । ଶେଷରେ ଦଶପଲ୍ଲା ବାର୍‌ ଆସୋସିଏସନର ସଂପାଦକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 2 =