ଦଶପଲ୍ଲା : ଧିର ମନ୍ଥର ତଥା କଚ୍ଛପ ଗତିରେ ଚାଲିଛି ଖୋର୍ଦ୍ଧା ବଲାଙ୍ଗୀର ଓସାରିଆ ରେଳପଥ ପ୍ରକଳ୍ପ । ପ୍ରକଳ୍ପର ଅଗ୍ରଗତି ତ ବହୁ ଦୂରର କଥା,ଅଦ୍ୟାବଧି ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ସରିପାରିନାହିଁ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ଗାଁରେ । ରେଳପ୍ରକଳ୍ପ ପାଇଁ ୨୦୧୬ ମସିହାରେ ପ୍ରଥମ ପଲ୍ଲୀସଭା କରାଯାଇଥିବାବେଳେ, ଅଦ୍ୟାବଧି ଜମି ହରାଉଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ଅଧିଗ୍ରହଣ କରାଯାଉଥିବା ଜମିର ଉପଯୁକ୍ତ ହାରେ , କ୍ଷତିପୂରଣ ଦିଆଯାଇ ନଥିବା କ୍ଷତିଗ୍ରସ୍ତ ପ୍ରଜାମାନେ ଅଭିଯୋଗ କରିଛନ୍ତି । କ୍ଷତିଗ୍ରସ୍ତ ପ୍ରଜାମାନେ ବାରମ୍ବାର ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦଉଡି ଦଉଡି ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ଭୂ -ଅର୍ଜନ ଅଧିକାରୀ କ୍ଷତିଗ୍ରସ୍ତ ମାନଙ୍କୁ ଦୁର୍ବ୍ୟବହାର କରିବା ସହିତ, ସମସ୍ୟାର ସମାଧାନ ପ୍ରତି କର୍ଣ୍ଣପାତ କରୁନଥିବା ବେଳେ ଆଜି ଟାକରା ଗ୍ରାମରେ ଜନଶୁଣାଣି କରିବାପାଇଁ ଭୂ-ଅର୍ଜନ ଅଧିକାରୀ ଉପସ୍ଥିତ ହୋଇଥିଲେ । ଏହି ଜନଶୁଣାଣୀ ଶିବିରରେ ଟାକରା ଗ୍ରାମ ସମେତ ପାର୍ଶ୍ୱବର୍ତ୍ତୀ ଗ୍ରାମର ବହୁ କ୍ଷତିଗ୍ରସ୍ତ ନିଜର ଆପତ୍ତି ଅଭିଯୋଗ ଜଣାଇଥିଲେ ।