ଭାସିଗଲା କେରାଣ୍ଡି-ଡାଲିମ୍ବପୁର ଅସ୍ଥାୟୀ ପୋଲ, ବାହ୍ୟ ଜଗତରୁ ତିନୋଟି ଗ୍ରାମ ବିଚ୍ଛିନ୍ନ

0 149

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର କେରାଣ୍ଡି-ଡାଲିମ୍ବପୁର ରାସ୍ତାରେ ଥିବା ଅସ୍ଥାୟୀ ରାସ୍ତା ପୋଲଟି ଲଗାଣ ବର୍ଷା ଯୋଗୁଁ ଭାସି ଯାଇଛି । ଯାହା ଫଳରେ ତିନୋଟି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବାର ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ସହରକୁ ନିଜର ଜୀବନ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ତିନୋଟି ଗ୍ରାମର ଗ୍ରାମବାସୀ ଯାତାୟତ କରୁଥିଲେ । ବର୍ତ୍ତମାନ ଚାଷ କାମ ଲାଗିଥିବାରୁ ଲୋକଙ୍କର ଚାଷ କାମ ବାଧାପ୍ରାପ୍ତ ହେବା ସହ ପନିପରିବା ବିକ୍ରିବଟା, ଶିକ୍ଷାସ୍ୱାସ୍ଥ୍ୟ ଉପରେ ସମସ୍ୟା ସୃଷ୍ଟି ହୋଇଛି । ଏହି ରାସ୍ତା ୪ କିଲୋମିଟର ମଧ୍ୟରେ ସହରକୁ ସଂଯୋଗ କରୁଥିବା ବେଳେ ବର୍ତ୍ତମାନ ପଡୋଶୀ ଆନ୍ଧ୍ରପ୍ରଦେଶ ଦେଇ ୧୨ କିଲୋମିଟର ଆସିବାକୁ ପଡୁଛି । ପ୍ରକାଶ ଥାଉ କି କେରାଣ୍ଡି ଡାଲିମ୍ବପୁର, ଅମରା ଗ୍ରାମକୁ ଯିବା ସକାଶେ ବିଜୁ ସେତୁ ଯୋଜନାରେ ଏକ ସେତୁ ନିର୍ମାଣ ହେଉଛି । ଏହି କାରଣରୁ ସେଠାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ପୋଲକୁ ଭାଙ୍ଗି ଦିଆଯାଇଥିଲା । ଜନ ସାଧାରଣଙ୍କ ଯାତାୟତ ନିମନ୍ତେ ଏକ ଅସ୍ଥାୟୀ ମାଟି ରାସ୍ତା ପୋଲଟି ତିଆରି ହୋଇ ଥିଲା । ବର୍ତ୍ତମାନ ଲଗାଣ ବର୍ଷାରେ ମାଟି ପୋଲଟି ଭାସି ଯାଇଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି । ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବାର ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

three × four =