ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ, ବନ୍ଦ ରହିଲା ମହାପ୍ରଭୁଙ୍କ ବନକଲାଗି ନୀତି

0 90

ପୁରୀ : ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ଦେଖାଯାଇଛି ଅନିଶ୍ଚିତତା । ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବୁଧବାର ଅର୍ଥାତ ଆଜି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଦତ୍ତମହାପାତ୍ର ସେବାୟତ ମାନେ ସହଯୋଗ କରିନଥିବାରୁ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ବନ୍ଦ ରହିଛି । ଦତ୍ତମହାପାତ୍ର ସେବକଙ୍କ କହିବା ଅନୁଯାୟୀ ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ୍‌ ସେ ପ୍ରତ୍ୟକ ଗୁରୁବାର ବନକଲାଗି ନୀତି ହେବାକଥା । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପରମ୍ପରାକୁ ଭାଙ୍ଗି ବୁଧବାର ବନକଲାଗି ନୀତି କରିବାକୁ ଚେଷ୍ଟା କରିଥିବାରୁ ଆଜି ଦତ୍ତମହାପାତ୍ର ସେବାୟତ ମାନେ ବନକଲାଗି ନୀତି ସମ୍ପାଦିତ କରିନାହାନ୍ତି । ଯାହାଫଳରେ ନୀଳାଦ୍ରିବିଜେ ଯିବାର ୧୯ ଦିନ ପରେ ମଧ୍ୟ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇନାହିଁ ।

hiranchal ad1
Leave A Reply

Your email address will not be published.

four × 4 =