ପ୍ରକାଶ ପାଇଲା ଏସିଆ କପ୍‌ ୨୦୨୩ କାର୍ଯ୍ୟସୂଚୀ, ଏହି ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

0 108

ନୂଆଦିଲ୍ଲୀ : ଆଜି ଏସିଆ କପ୍‌ ୨୦୨୩ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଜୟ ଶାହା ବୁଧବାର ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଏହି ଅନୁଯାୟୀ, ଏସିଆ କପ୍‌ ୨୦୨୩ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି । ଅନ୍ୟପକ୍ଷରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ସେପ୍ଟେମ୍ବର ୨ରେ ଶ୍ରୀଲଙ୍କାର କାଣ୍ଡିରେ ଖେଳାଯିବ ।
ହାଇବ୍ରିଡ୍‌ ମଡେଲ୍‌ ଅନୁଯାୟୀ ଏସିଆ କପ୍‌ ୨୦୨୩ ଖେଳାଯିବ । ଏଭଳି ପରିସ୍ଥିତିରେ ପାକିସ୍ତାନ ଟୁର୍ନାମେଣ୍ଟର ୪ ଟି ମ୍ୟାଚ୍‌ ଆୟୋଜନ କରୁଥିବାବେଳେ ବାକି ୯ ଟି ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ । ଏଥର ଏସିଆ କପ୍‌ ଦିନିକିଆ ଫର୍ମାଟରେ ଅର୍ଥାତ୍‌ ୫୦ ଓଭରରେ ରହିବ । ଅଗଷ୍ଟ ୩୦ ରେ ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ ।

hiring

hiranchal ad1
Leave A Reply

Your email address will not be published.

six + seventeen =