ପୁଣି ସୁନନ୍ଦା ସାହୁ ହେଲେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା

0 430

ଦଶପଲ୍ଲା : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଦଶପଲ୍ଲା ବ୍ଳକ ଅଧ୍ୟକ୍ଷା ଭାବେ ସୁନନ୍ଦା ସାହୁ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷା ନିର୍ବାଚନରେ ଅସନ୍ତୁଷ୍ଟ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ଅନୁପମା ମଳିକ ଓ ବିଜେଡି ସମର୍ଥିତ ଅଧ୍ୟକ୍ଷା ପ୍ରାର୍ଥୀ ସୁନନ୍ଦା ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଉଭୟଙ୍କ ସପକ୍ଷରେ ୧୦ ଜଣ ଲେଖାଏଁ ପ୍ରାର୍ଥୀ ଥିବା ବେଳେ ଉଭୟ ସମାନ ସ୍ଥିତିରେ ଥିଲେ । ଏଣୁ ଗୁଳା ମାଧ୍ୟମରେ ଅଧ୍ୟକ୍ଷା ଚୟନ ଏକମାତ୍ର ବିକଳ୍ପ ରହିଥିଲା । ତେବେ ମଧ୍ୟଖଣ୍ଡ ପଞ୍ଚାୟତର ସମିତି ସଭ୍ୟ ଅନୁପମା ବେହେରା ଭୋଟିଂରେ ଅଂଶଗ୍ରହଣ କରି ନଥିଲେ । ଫଳରେ ଶ୍ରୀମତୀ ସାହୁଙ୍କ ସପକ୍ଷରେ ୧୦ ଖଣ୍ଡ ଭୋଟ ପଡିଥିବା ବେଳେ ଅନୁପମା ମଳିକଙ୍କ ସପକ୍ଷରେ ୯ଖଣ୍ଡ ଭୋଟ ପଡିଥିଲା । ଶେଷରେ ସୁନନ୍ଦା ସାହୁ ଦ୍ୱିତୀୟ ଥର ଲାଗି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସୂଚନା ଥାଉ କି ଏହା ପୂର୍ବରୁ ବ୍ଲକ ଅଧ୍ୟକ୍ଷା ପଦବୀରେ ସୁନନ୍ଦା ସାହୁ ରହିଥିବା ବେଳେ ପୁନଶ୍ଚ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ହେବାର ଗୌରବ ଅର୍ଜନ କରିଛନ୍ତି । ବିଜେଡିର ବିରୋଧୀ ଗୋଷ୍ଠୀଙ୍କ ସମସ୍ତ ରଣକୌଶଳ ଶେଷରେ ଫସର ଫାଟିଥିବା ବେଳେ ତାଙ୍କ ସମର୍ଥିତ ସମିତି ସଭ୍ୟ ଭୋଟିଂ ପ୍ରକ୍ରିୟାରେ ଅଂଶଗ୍ରହଣ ନକରି ଅନୁପସ୍ଥିତ ରହିବା ସମସ୍ତଙ୍କୁ ଚକିତ କରିଥିଲା । ଏହି ବିଜୟକୁ ନେଇ ନବନିର୍ବାଚିତ ଅଧ୍ୟକ୍ଷା ସୁନନ୍ଦା ସାହୁ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବହେରାଙ୍କୁ କୃତଜ୍ଞାତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × three =