ଦଶହରା ପାଇଁ ଆଦର୍ଶ ଥାନା ପକ୍ଷରୁ ବ୍ୟାପକ ପଦକ୍ଷେପ

0 137

ବୌଦ୍ଧ : ଆଗାମୀ ପାର୍ବଣ ଉତ୍ସବ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଆଗାମୀ ଦଶହରା ଉତ୍ସବ ପାଇଁ ଶାନ୍ତିଶୃଙ୍ଖଳାର ସହିତ ସମାପନ ନିମନ୍ତେ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ରବିବାର ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ସଂଧ୍ୟାରେ ସହରର ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଣଜିତ ମୁନୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଦଶହରା ପୂଜାର୍ଚ୍ଚନା ସହିତ ଭସାଣୀ ଉତ୍ସବ ଶାନ୍ତିଶୃଙ୍ଖଳାର ସହିତ ସମାପନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପୋଲିସ ପକ୍ଷରୁ ଆଗାମୀ ଦଶହରା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

seven − 6 =