ବର୍ଷା ଜଳ ସଂଗ୍ରହ ଓ ସଂରକ୍ଷଣ ଉପରେ ଭର୍ଚୁଆଲ ଆଲୋଚନା

0 68

ପାରଳାଖେମୁଣ୍ଡି : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ବର୍ଷା ଜଳକୁ କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେନେଇ ଭର୍ଚ଼ୁଆଲରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।
ଏହି କାର୍ଯ୍ୟକ୍ରମରେ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କେ.ସୁଦର୍ଶନ ପାତ୍ର , ବିନୋଦ ଜେନା, ମନୋଜ ପଟ୍ଟନାୟକ, ତିରୁପତି ପ୍ରସାଦ ପଣ୍ଡା ଓ ଅନୁରାଗ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବର୍ଷା ଜଳକୁ ସଂଗ୍ରହ କରି କିପରି ସଂରକ୍ଷଣ କରିବା ଏବଂ ସେହି ସଂଗ୍ରହିତ ଜଳକୁ କିପରି ପୁନଃବ୍ୟବହାର କରିବା ସେ ନେଇ ଉପସ୍ଥିତ ଅତିଥି ବୃନ୍ଦ ନିଜନିଜର ମନ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ୱେଚ୍ଛାସେବୀ ମାନଙ୍କ ସହ ୪୦୦ ରୁ ଅଧିକ ଯୁବକ ସଂଘର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ଅଧିକାରୀ ପରିଚାଳନା କରିଥବା ବେଳେ ନେହୁରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ବି. ଭବାନୀ , ଏ .ମହେଶ୍ୱର ରାଓ, ନେହୁରୁ ଯୁବ କେନ୍ଦ୍ରର ପ୍ରଶିକ୍ଷିକା ମୋହିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

14 + 18 =