କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଲଗାତାର ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାରେ ଲାଗିଛି ଋଷ । ମାରିୟୁପୋଲ ସହରର ସ୍ଥିତି ସବୁଠାରୁ ଖରାପ ହେବାରେ ଲାଗିଛି । ଋଷର ଲଗାତର ବୋମା ଓ ରକେଟ ମାଡରେ ମାରିୟୁପୋଲ ସହର ଛାରଖାର ହୋଇଯାଇଛି । ଏଯାଏଁ ପ୍ରାୟ ୫ ହଜାର ଲୋକ ପ୍ରାଣ ହରାଇସାରିଲେଣି । ଏବେ ଚାରିଆଡେ କେବଳ ଧ୍ବଂସର ତାଣ୍ଡବ । ଚାରିଆଡେ କୁଢ କୁଢ ମୃତଦେହ । ମାରିୟୁପୋଲ ସହର ଏତେମାତ୍ରାରେ ଧ୍ବଂସ ହୋଇଯାଇଛି ଯେ, ଏହାକୁ ସିରିଆର ଆଲେପ୍ପୋ ସହର ସହ ତୁଳନା କରାଯାଉଛି । ସହରରେ ଯୋଗଯୋଗ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ବଙ୍କରରେ ଆଶ୍ରୟ ନେଇଥିବା ଲୋକଙ୍କ ପାଖରେ ଖାଦ୍ୟପେୟ ପ୍ରାୟତଃ ସରିଆସିଲାଣି ।