ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ

0 218

ପାଟଣାଗଡ଼ : ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ । ଏହା କୌଣସି ନାଟକର ଡାଇଇଗ୍‌ ନୁହେଁ, ତାହା ସତ୍ୟ ଘଟଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମ ପାଟଣାଗଡ଼ ସହର କଚେରି କୋର୍ଟ ପରିସରରେ । ସତରେ ଭଗବାନ କାହାକୁ କେଉଁ ବୁଦ୍ଧି ବିବେକ ଦେଇଛନ୍ତି ତାହା ଜାଣିବା ମୁସ୍କିଲ । ଦୁନିଆରେ କିଏ ସବଳ ତ ପୁଣି ଦୁର୍ବଳ, କିଏ ଛୋଟା ତ ପୁଣି କିଏ ଅନ୍ଧ ହେଲେ ତାଙ୍କରି ମଣିଷ ପଣିଆ ମହାନ୍‌ । ଏପରି ଜଣେ ବ୍ୟକ୍ତି ନିଜେ ଭିନ୍ନକ୍ଷମ ହୋଇ ସୁଦ୍ଧା ଆଉ ଜଣେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ ସାଜି ପାରିଛନ୍ତି । ସେ ଦରଦୀ ଭିନ୍ନକ୍ଷମ ବ୍ୟକ୍ତି ଜଣକ ହେଲେ ପାଟଣାଗଡ଼ ସହର ଓକିଲ ତରୁଣ କୁମାର ପାତ୍ର । ଓକିଲ ତରୁଣ କୁମାର ପାତ୍ର ପ୍ରତିଦିନ ଭଳି ନିଜ ହୁଇଲ ଚେୟାରରେ କୋର୍ଟ ପହଞ୍ଚିଥିଲେ । ଗତ ୪ /୫ ଦିନ ହେଲା କୋର୍ଟକୁ ଆସିଲା ବେଳକୁ ଦେଖିବାକୁ ପାଇଲେ ବ୍ୟକ୍ତି ଜଣକ କୋର୍ଟ ସମ୍ମୁଖ ବାରଣ୍ଡାରେ ବସି ଥିବା ବେଳେ କେତେବେଳେ ନିରାଶ ହେଲା ପରି ବାରଣ୍ଡାରେ ଶୋଇପଡନ୍ତି । ଗୋଡ ଅଚଳ ଆଉ କଣ’ବା କାମ ଧନ୍ଦା କରିପାରିବେ । ଆଜି ମତେ ତରୁଣ ଭାଇ କହିଲେ କୋର୍ଟ ପରିସରରେ ଜଣକୁ ସାହାଯ୍ୟ କରିବା । ଭିନ୍ନକ୍ଷମ ଓକିଲ ତରୁଣ ଓ ଦୁଇ ଜଣ ଓକିଲ ବାରଣ୍ଡାରେ ଥିବା ବ୍ୟକ୍ତି ଜଣକ ପାଖକୁ ଯାଇ ପଚାରିବୁଝିଥିଲେ । ବ୍ୟକ୍ତି ଜଣକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଘରମହୁଲି ଗ୍ରାମର ଖୁସିରାମ ମାଝୀ । ତାଙ୍କ ବାପା ମା ଆରପାରିକୁ ଚାଲିଯିବା ପରେ ଅନ୍ୟ ଭାଇଭାଉଜମାନେ ଖାଇବାକୁ ନ ଦେବାରୁ ଖୁସିରାମ ଘରଛାଡି ଚାଲି ଚାଲି ଭୋକ ଉପାସରେ ପାଟଣାଗଡ଼ ଆସି କୋର୍ଟ ବାରଣ୍ଡାରେ ଆଶ୍ରୟ ନେଇଥିବା ଖୁସିରାମ କାନ୍ଦି କାନ୍ଦି ପ୍ରକାଶ କରିଥିଲେ । ଅସହାୟ ଖୁସିରାମଙ୍କ କଥା ଭିନ୍ନକ୍ଷମ ଓକିଲ ତରୁଣ ଓ ଦୁଇ ସହଯୋଗୀ ଓକିଲ ତୁରନ୍ତ ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀ ଭେଟି ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଉପଜିଲ୍ଲାପାଳ ଡ଼. ସେଠୀ ତୁରନ୍ତ ସହଯୋଗର ହାତ ବଢାଇ ତାଙ୍କର ଅଧସ୍ତନ ଅଧିକାରୀଙ୍କୁ ଭେଟ କରିବାକୁ ନିର୍ଦ୍ଦେଶ ଦେବା ସହିତ ଅସହାୟ ଖୁସିରାମଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀଙ୍କୁ ଓକିଲ ତରୁଣ ଓ ଦୁଇ ସହଯୋଗୀ ଓକିଲଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରିଥିବା ବେଳେ ଅସହାୟ ଗରିବ, ନିରାଶ୍ରୟ , ତଥା ଅନ୍ୟର ଦୁଃଖରେ ଦୁଃଖି ହୋଇ ସହାୟତାର ହାତ ବଢାଇଲେ ସମାଜରେ ଥିବା ଅନେକ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟେଇ ପାରିବ ବୋଲି ନିବେଦନ କରିଛନ୍ତି । ଭିନ୍ନକ୍ଷମ ଓକିଲ ତରୁଣ ସମାଜ ପାଇଁ ଏକ ଉଦାହରଣ ପାଲଟିଥିବା ବେଳେ ଦୁଇ ସହଯୋଗୀ ଓକିଲ ଙ୍କ ଏପରି ମହତ୍‌ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

5 × 1 =