ବେଳପଡା ପାଣି ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ସହରବାସୀ

0 119

ପାଟଣାଗଡ଼ : ବଲାଙ୍ଗିରଜିଲା ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ବେଲପଡ଼ାଗାଁ ରେ ପାଣି ସମସ୍ୟା ଦେଖାଦେଇଛି । ସହରରେ ପାଣି ପାଇଁ ଲୋକେ ହାହାକାର ହେଉଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ସହରବାସୀଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାର ପାଉଛି । ବେଲପଡ଼ା ସହରର ମହିଳା ଓ ପୁରୁଷ ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ । ବିଡ଼ିଓ ଓ ଏବିଡ଼ିଓ ଙ୍କୁ ପାଣି ସମସ୍ୟା ନେଇ ଅଭିଯୋଗ କରିଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ମୋବାଇଲରେ ସୁଟିଂ କରୁଥିବା ଦେଖି ବିଡ଼ିଓ ଭିକ୍ଟୋର ସୋରେଙ୍ଗ ରାଗିଯାଇ ଭିଡିଓ ସୁଟିଂ ବନ୍ଦ କରିବାକୁ ତାଗିଦ କରିଥିଲେ । ସହରବାସୀ ଉତ୍ତ୍ୟକ୍ତ ହୋଇ ବ୍ଲକ କାର୍ଯ୍ୟାଳୟରେ ହୋହାଲ୍ଲା କରିଥିଲେ । ପଞ୍ଚାୟତ ଫଣ୍ଡ ସରିଯାଇଥିବାରୁ ଟ୍ୟାଙ୍କର ଯୋଗେ ପାଣି ଦେବା ବନ୍ଦ କରାଯାଇଛି । ତଥାପି ସରପଞ୍ଚଙ୍କୁ କହି ଟ୍ୟାଙ୍କରରେ ପାଣି ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ସରପଞ୍ଚ ହରିଶ୍ଚନ୍ଦ୍ର ବୁଡେକ, ଜନର୍ଦ୍ଧନ ସିଂ, ପ୍ରଦୀପ ବୁଡେକ, ଜିତୁ ନାଏକ, ଆଲୋକ ବେହେରା, ପିଣ୍ଟୁ ବେହେରା ସମେତ ବେଲପଡ଼ାବାସୀ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

five × 2 =