୩୨ ପ୍ରହର ବିଶାଳ ପଞ୍ଚ ମହାଯଜ୍ଞ ଉଦଯାପିତ

0 132

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ମାଲିକା ପଡ଼ି ପଞ୍ଚାୟତ ପାଙ୍ଗାନାଜୁ ଗ୍ରାମ ଶ୍ରୀ ଶ୍ରୀ ଶ୍ରୀ ସେଶିବାଲି ମଠ ପ୍ରାଙ୍ଗଣରେ ଗତ ୯ ତାରିଖଠାରୁ ଆରମ୍ଭ ହୋଇଥିବା ପଞ୍ଚାୟତସ୍ତରୀୟ ବିଶାଳ ୩୨ ପ୍ରହର ପଞ୍ଚ ମହାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି । ସୂଚନା ଅନୁଯାୟୀ ଗତ ୯ ତାରିଖରେ କଳସଯାତ୍ରା ହୋଇଥିଲା ୧୦ ତାରିଖ ପୂର୍ବାହ୍ନ ୧୦ ଘଣ୍ଟିକା ଠାରୁ ଅହରହ ନାମଯଜ୍ଞ ଆରମ୍ଭ ହୋଇଥିଲା ଓ ପରେ ପରେ ଘୃତ ଯଜ୍ଞ ,ଜ୍ଞାନ ଯଜ୍ଞ ପର୍ଯ୍ୟାୟ କ୍ରମେ ହୋଇଥିଲା । ଏହି ବିଶାଳ ଯଜ୍ଞରେ ବିଭିନ୍ନ ସ୍ଥାନରୁ ମହିଳା ଓ ପୁରୁଷ ଭକ୍ତମାନେ ଆସିଥିଲେ । ଏହି ୩୨ ପ୍ରହର ନାମଯଜ୍ଞ ଟି ୪୧ ତମ ହୋଇଥିବା ପଞ୍ଚ ମହାଯଜ୍ଞ ଯାହା ପ୍ରତିବର୍ଷ ବାର୍ଷିକ ଯଜ୍ଞ ଭାବେ ବ୍ଲକର କେନ୍ଦ୍ରୀୟ କମିଟି ଦ୍ୱାରା ନିର୍ଦ୍ଧାରିତ ଯେକୌଣସି ଏକ ଗ୍ରାମରେ ଅନୁଷ୍ଠିତ ହୋଇଥାଏ । ଯାହା ଏହି ବର୍ଷ ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାନାଜୁ ଗ୍ରାମର ଗ୍ରାମଦେବତୀ ସେଶିବାଲି ମଠଠାରେ ଅନୁଷ୍ଠିତ ହୋଇଥିଲା । ଯଜ୍ଞ ଅବସରରେ ବିଭିନ୍ନ ଗ୍ରାମରୁ ୨୯ଟି ସଙ୍କୀର୍ତ୍ତନ ମଣ୍ଡଳୀ ନାମ ଯଜ୍ଞରେ ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ୯ ଗୋଟି ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରି ବିଭିନ୍ନ ସ୍ୱର ଓ ତାଳ ଦେଇ ରାମ ନାମ ଓ କୃଷ୍ଣ ନାମ ଗାନ କରିଥିଲେ । ଯଜ୍ଞ ସ୍ଥଳୀରେ ସମସ୍ତ ସଙ୍କୀର୍ତ୍ତନ ମଣ୍ଡଳୀ ମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରସାଦ ସେବନ ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଯଜ୍ଞ ସ୍ଥଳଟି ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ଜନଗହଳିପୂର୍ଣ୍ଣ ରହିଥିଲା । ଆଜି ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ମହାଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା । ପାଙ୍ଗାନାଜୁ ଗ୍ରାମର ଦୀପକ କୁମାର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନି, ବାବୁଲା ଦଳବେହେରା ଓ ତାଙ୍କ ଧର୍ମ ପତ୍ନି ଏବଂ ଭାସ୍କର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ସମ୍ପୂର୍ଣ୍ଣ ଯଜ୍ଞରେ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ନନ୍ଦୀ ମହାରାଜ ସହଯୋଗ କରିଥିଲେ । ଯଜ୍ଞ କମିଟିର ସଭାପତି କାଭେନ ପ୍ରଧାନ, ଅଜିତ କୁମାର ପ୍ରଧାନ, ବାହନ ପ୍ରଧାନ, ସଞ୍ଜୟ ପ୍ରଧାନଙ୍କ ସହ ଗାଁ ଯୁବକ ମାନେ ଉପସ୍ଥିତ ରହି ସୁରୁଖୁରୁରେ ଯଜ୍ଞ ସମ୍ପାଦନ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − 3 =