ନବମ ବାର୍ଷିକ ଅଷ୍ଟଶମ୍ଭୁ ମହାମିଳନ ସମାରୋହ

0 185

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଙ୍କରା ଖୋଲ ଗ୍ରାମର ମା ପିତାବଳୀ ପ୍ରାଙ୍ଗଣଠାରେ ନବମ ବାର୍ଷିକ ଅଷ୍ଟଶମ୍ଭୁ ମହାମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମା ପିତାବଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହେବା ପରେ ବାଜା ଢୋଲ ମହରି ବଜାଇ ମା ବ୍ରାହ୍ମଣୀ ଦେବୀ, ବରାଳଦେବୀ ଓ ଶେଷରେ ନୃସିଂହ ମନ୍ଦିର ଠାକୁରଙ୍କୁ ବରଣ କରାଯିବା ପରେ ମା ପିତାବଳୀ ପ୍ରାଙ୍ଗଣରେ ଅଷ୍ଟଶମ୍ଭୁ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଯାଇ ଶଙ୍କରାଖୋଲଠାରେ ଥିବା କଲେଜ ପଡ଼ିଆରେ ରହିଥିବା ଆଠ ଗୋଟି ଦଣ୍ଡ ଥଳକୁ ନିମନ୍ତ୍ରିତ କରିଥିଲେ । ୧.କରଡିଦେଶ ଦଣ୍ଡ (ଚମ୍ପେଶ୍ୱର ବାବା)-ବୌଦ୍ଧ ୨. କ୍ଷେତାପାଳୁ (ସ୍ୱପ୍ନେଶ୍ୱର ବାବା) ୩.ଗୁମାଗଡ଼(ମହାକାଳେଶ୍ୱର ବାବା) ୪.ଜିଲ୍ଲାପାଙ୍ଗା (ଆନନ୍ଦେଶ୍ୱର ବାବା), ୫. ମାକୁଡୁବାଟା (ବିରୁପାକ୍ଷ ବାବା), ୬. ଉକୁଶୁଗାଣ୍ଡା (ଗୁପ୍ତେଶ୍ୱର ବାବା), ୭.ବରେଗୁଡା (ଯୋଗେଶ୍ୱର ବାବା), ୮. ଲୁଣ୍ଡୁରୁଜୋର (ମହେଶ୍ୱର ବାବା) ଦଣ୍ଡ ଥଳ ଯୋଗ ଦେଇଥିଲେ । ଆଠଟି ଯାକ ଦଣ୍ଡ ଥଳ ଆଖ ପାଖରେ ଥିବା ସବୁ ମନ୍ଦିର ପରିକ୍ରମା କରିଥିଲେ । ବିଧିବିଧାନ ଅନୁସାରେ ସକାଳୁ ସମସ୍ତ କାର୍ଯ୍ୟ ପରିଚାଳନା କମିଟି ଦ୍ୱାରା ସୁଚାର ରୂପେ ସଂପନ୍ନ ହୋଇଥିଲା । ଜନ ଗହଳିକୁ ଦୃଷ୍ଟିରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ଏଥି ସହିତ ଦର୍ଶକଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ପରିଚାଳନା କମିଟି ତରଫରୁ ସଭାପତି ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

fourteen − five =