ରଥ ଖଳା ଚଳଚଞ୍ଚଳ, ତୁମ୍ବରେ ହେଲା ବିନ୍ଧ

0 65

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନିରଥର ମୋଟ୪୨ ଚକର ତୁମ୍ବ ନିର୍ମାଣ ଶେଷହୋଇଅଛି । ତୁମ୍ବରେ ସୁତା ବାଡ଼ିଆ ପରେ ଦିନଠାରୁ ତୁମ୍ବ ଗୁଡିକରେ ବିନ୍ଧକାର୍ଯ୍ୟ ଆରମ୍ଭ ହୋଇ ଜାରୀ ରହିଛି । ଦେବଦଳନ ରଥର ଶେଷ ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ଥିବା ବେଳେ ଆଜି ସୁତା ବାଡ଼ିଆ ପରେ ବିନ୍ଧ କାର୍ଯ୍ୟ ହୋଇଛି ।ସେହିପରି ତାଳଧ୍ୱଜ ରଥର ମୋଟ ୧୪ ତୁମ୍ବ ମଧ୍ୟରୁ ୩ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇ ୯ ଗୋଟି ତୁମ୍ବର ବିନ୍ଧକାର୍ଯ୍ୟ ଜାରୀ ରହିଛି । ଆଉ ଦୁଇ ଗୋଟି ତୁମ୍ବର ସୁତାବାଡ଼ିଆ ପରେ ଠେକ କଟା କାର୍ଯ୍ୟ ଶେଷ ହୋଇଅଛି । ଆଜି ଦୁଇଟି ତୁମ୍ବର ବିନ୍ଧକାର୍ଯ୍ୟ ଆରମ୍ଭ ହୋଇଛି ।

hiring


ଦେବଦଳନ ରଥର ମୋଟ ୧୨ଟି ତୁମ୍ବ ମଧ୍ୟରୁ ୧୦ ଟିର ବିନ୍ଦ କାର୍ଯ୍ୟ ଜାରୀ ରହିଛି । ଆଉ ଦୁଇଟି ତୁମ୍ବ ମଧ୍ୟରୁ ଗୋଟିକର ସୁତାବାଡ଼ିଆ ଶେଷ ହୋଇ ଠେକ କଟା ମଧ୍ୟ ଶେଷ ହଉଛି ବାକି ଶେଷ ତୁମ୍ବ ଟିର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇଅଛି ଆଜି ସୁତାବାଡ଼ିଆ ପରେ ବିନ୍ଧକାର୍ଯ୍ୟ ଆରମ୍ଭ ହୋଇଛି । ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ତୁମ୍ବର ବିନ୍ଧକାର୍ଯ୍ୟ ଜାରୀ ରହଛି ।

hiranchal ad1
Leave A Reply

Your email address will not be published.

one + sixteen =