ଧାରଣାକୁ ସମର୍ଥନ ଦେଲେ ସିପିଆଇଏମ୍‌ ନେତା ବିଶ୍ୱନାଥ ଓ ଶରତ

0 256

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଅଧଗ୍ରହଣ ପ୍ରକ୍ରିୟା ଶେଷ ହେବାର ନାଁ ଧରୁନାହିଁ । ଆଦିବାସୀଙ୍କ ଚାଷଜମି ରେଳପଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବାବେଳେ ସେମାନଙ୍କୁ ଅନ୍ଧାରରେ ରଖାଯାଇଛି । ଜମି ବାବଦ ସହାୟତା ରାଶି ସେମାନଙ୍କୁ ମିଳିବ ନା ନାହିଁ ତାହା ମଧ୍ୟ ତାଙ୍କୁ ସୂଚନା ଦିଆଯାଉନାହିଁ । ଭୂ-ଅର୍ଜନ ଅଧିକାରୀଙ୍କ ଦେଖା ମିଳୁ ନ ଥିବାବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବୁଗୁଡ଼ା କଲୋନୀବାସୀ ଦୁଇ ମାସ ହେବ ଧାରଣାରେ ବସିଥିଲେ ମଧ୍ୟ ସେଥିପ୍ରତି ପ୍ରତି କାହାରି ନିଘା ନାହିଁ । ଦୁଇ ମାସ ହେଲା ଧାରଣା ଦେଇ ଆଦିବାସୀମାନେ ଏବେ ଧୈର୍ଯ୍ୟହରା ହେବା ଅବସ୍ଥାରେ ପହଞ୍ଚିଛନ୍ତି । ବୁଗୁଡା ଷ୍ଟେସନ ପାଇଁ ବୁଗୁଡ଼ା କଲୋନୀବାସୀଙ୍କ ସମସ୍ତ ଜମି ଅଧିଗ୍ରହଣ ଆବଶ୍ୟକ ଥିବାବେଳେ ଜଙ୍ଗଲ ଜମିର ଆଳ ଦେଖାଇ ରେଳ ବିଭାଗ ବିନା କ୍ଷତିପୂରଣରେ ଏହାକୁ ନେଇଯିବାକୁ ବସିଛି । ଏହାର ପ୍ରତିବାଦରେ ଦୀର୍ଘ ଦୁଇ ମାସ ହେଲା ଚାଲିଥିବା ଆନ୍ଦୋଳନକୁ ବୁଧବାର ସିପିଆଇଏମ୍‌ ପକ୍ଷରୁ ସମର୍ଥନ ଦିଆଯାଇଛି । ସିପିଆଇଏମ୍‌ ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର ଏବଂ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି କରି ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି । ୧୯୫୫ରୁ ସରକାରୀ ବିଭିନ୍ନ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀଙ୍କୁ ଆଣି ଏଠାରେ ଥଇଥାନ କରିଥିବାବେଳେ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରିଛନ୍ତି । ମାତ୍ର ଏହାକୁ ଅଣଦେଖା କରି ସେମାନଙ୍କ କ୍ଷତିପୂରଣ ଦେବା ବଦଳରେ ଜମି ଛଡ଼ାଇ ନେବାକୁ ଉଦ୍ୟମ ଚାଲିଥିବା ଅଭିଯୋଗ କରିଛନ୍ତି । ଏହାର ସମାଧାନ କରିବା ପାଇଁ ସେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × three =