ଫୁଲବାଣୀ ନାରାୟଣୀ ଯାତ୍ରାର ୮ମ ଦିବସ

0 164

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା ୮ମ ଦିବସରେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥିଲା । ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀଙ୍କର ନଗର ଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ଆଳତି ସମୟରେ ଯାତ୍ରା ପରିଚାଳନା କମିଟିର ସଭାପତି ପି ସୁଧାଂଶୁ ସେନାପତି ଓ ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ଉପସ୍ଥିତ ରହି ମାଙ୍କ ଆଶିଷ ଲାଭ କରିଥିଲେ । ପରେ ପରେ ପଞ୍ଚ ଠାକୁରାଣୀଙ୍କ ସହ ମା କାଳୀ ଅସ୍ଥାୟୀ ମଣ୍ଡପରୁ ଦଧି ବାମନ ସାହି ପୋଲିସ କଲୋନୀ, ସାଲୁଙ୍କୀ ସାହି, ଆଦି ଅଞ୍ଚଳ ଭ୍ରମଣ କରି ଅସ୍ଥାୟୀ ମନ୍ଦିରକୁ ଫେରିଥିଲେ । ଉକ୍ତ ଦିବସରେ ଯାତ୍ରା ମଣ୍ଡପ ଠାରେ ଯାତ୍ରା କମିଟି ପକ୍ଷରୁ ଯାତ୍ରା ସାଂସ୍କୃତିକ ମଣ୍ଡପ ଠାରେ ସନ୍ଧ୍ୟା ସମୟରେ ବାଲିଗୁଡା ର “ବିଟ ବୟଜ’ଡାନ୍ସ ଗ୍ରୁପ ତରଫରୁ ନିଜର କଳା ପ୍ରଦର୍ଥନ କରିଥିଲେ ।

hiring

ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଦ୍ୟୁମ୍ନ ମଣ୍ଡଳ ଜିଲ୍ଲାର ଆପତକାଳୀନ ଅଧିକାରୀ ଯୋଗ ଦେଇଥିବା ବେଳେ ଆୟୋଜକ ଡ୍ରେସ ମିୟୁଜି ୟମର ପାର୍ଥ ସାରଥୀ ଦାସ ଥିବା ବେଳେ ଅନ୍ୟତମ ଅତିଥି ଭାବେ ରାଧାକୃଷ୍ଣ ବଜାରର ଭଗବାନ ସାସମଲ,ମଧୁସୂଦନ ପଣ୍ଡା,କୋର୍ଟ ଛକ ବଜାରରଟୁକୁ ଦାସ,ରଞ୍ଜୀତ ପାତ୍ର, ନନ୍ଦିଘୋଷ ବଜାର ଅନାଦି ପାଣିଗ୍ରାହୀ, ତ୍ରିଲୋଚନ ମହାପାତ୍ର ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ ।ଦର୍ଶକଙ୍କ ଭିଡ ଆଗ ଅପେକ୍ଷା ଅଧିକ ଜମୁଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

eight − 1 =