ଇଟା ବେପାରୀଙ୍କ କବ୍‌ଜାରେ ସଂରକ୍ଷଣ ଜଙ୍ଗଲ, ବନବିଭାଗ ଚୁପ୍‌

0 69

ଗଣିଆ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଜଙ୍ଗଲର ସୁରକ୍ଷା, ପଡିଆ ରହିଥିବା ଅଂଚଳରେ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରିବା ସହିତ ପୁରାତନ ଏବଂ ନୂତନ ଜଙ୍ଗଲର ସୁରକ୍ଷା ପାଇଁ କୋଟିକୋଟି ଖର୍ଚ୍ଚ କରାଯାଉଛି । ଏଥି ସହିତ ଜଙ୍ଗଲର ସୁରକ୍ଷା ପାଇଁ ଆବଶକ୍ୟ ସ୍ଥଳେ ଅଧିକ କର୍ମଚାରୀ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଏବଂ ଅନୁଦାନ ରହିଛି । ସରକାର ଜଙ୍ଗଲ ସୁରକ୍ଷା କରିବା ପାଇଁ ଚିନ୍ତା କରୁଥିବା ବେଳେ ବନବିଭାଗ ବିଫଳ ହେଉଛି ବୋଲି ଅଭିଯୋଗ ହେଉଛି । ନୟାଗଡ ଜ଼ିଲ୍ଲା ଗଣିଆ ବନ ବିଭାଗ ଅଧୀନରେ ଥିବା ସଂରକ୍ଷଣ ଜଙ୍ଗଲରୁ ଇଟା ମାଫିଆ ମାନେ ଇଟା ପୋଡିବା ପାଇଁ କାଠ କାଟି ଆଣୁଥିବାରୁ ବାରମ୍ବାର ଅଭିଯୋଗ ହେଉଛି । ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ପଦୂଷଣକୁ ରୋକିବା ପାଇଁ ସରକାର ମାଟି ଇଟା ଉପରେ ରୋକ ଲାଗେଇଛନ୍ତି, କିନ୍ତୁ କିଛି ଅସାଧୁ ବ୍ୟକ୍ତି କେତେଜଣ ପ୍ରଶାସନିକ ତଳିଆ କର୍ମଚାରୀକୁ ହାତ ବାରେସୀ କରି ଅସାଧୁ ଉପାୟରେ ଅଧିକ ରୋଜଗାର ଲକ୍ଷ୍ୟରେ ମାଟି ଇଟା ବେପାର କରୁଥିବା ଜଣାପଡିଛି । ଇଟା ବେପାରୀମାନେ ରାତିରାତି ମାଲମାଲ ହେଉଥିବା ବେଳେ ବନ ବିଭାଗ ଜଳକା ସାଜିବା ଜନସାଧାରଣ ମାନଙ୍କୁ ଚକିତ କରୁଛି

hiring

। ଅନ୍ୟ ଏକ ଦିଗରୁ ଦେଖିବାକୁ ଗଲେ ଖରାଦିନେ ଅସହ୍ୟ ତାତି ସାଙ୍ଗକୁ ଇଟା ଭାଟି ପୋଡିବା ଦ୍ୱାରା ପରିବେଶ ପଦୂଷଣ ହେବା ସହ ଲୋକମାନେ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଏବିଷୟରେ ବନ ବିଭାଗ ଅଧିକାରୀ ମାନେ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଆମ ପ୍ରତିନିଧି ବନବିଭାଗ ଅଧିକାରିଣୀ ସୋନାଲି ସିଓ ଓ ଫରେଷ୍ଟର ଶିଶିର ବାବୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ଫୋନ ଉଠାନଥିଲେ । ତେବେ ଏଠି ଗଣିଆ ବନ ବିଭାଗ କରୁଛି କ’ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଜଙ୍ଗଲ ଲୁଟ ଓ ପରିବେଶ ପଦୂଷଣ ରୋକିବାରେ ବନ ବିଭାଗ କେତେ ଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

four × 4 =