ପ୍ରଧାନଶିକ୍ଷକ ରମାକାନ୍ତ ପ୍ରଧାନଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

0 289

ବାରକୋଟ: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅଧିନ ବଲଣ୍ଡା ଗ୍ରାମପଞ୍ଚାୟତ ର ସ୍ୱସ୍ତିକ ଉଚ୍ଚପ୍ରାଥମି ବିଦ୍ୟାଳୟର ଶିକ୍ଷକ ରମାକାନ୍ତ ପ୍ରଧାନଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ସୋମବାର ଦିନ ସ୍ୱସ୍ତିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ଼୍ୟ ତଥା ଭାବବିହ୍ବଳ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କୋଇଳାସ ଚନ୍ଦ୍ର ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବାରକୋଟ ବ୍ଲକର ପଂଚାୟତ ସମିତିଅଧକ୍ଷା ପୁଷ୍ପା ଅଞ୍ଜଳି ପାତ୍ର ଯୋଗଦାନ କରିଥିବା ବେଳେ,ମୁଖ୍ୟ ବକ୍ତା ଭାବେ ରହି ଥିଲେ ଶିକ୍ଷକ ଧରଣୀଧର ପ୍ରଧାନ। ଅତିଥି ଗଣ ବିଦାୟୀ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ତାଙ୍କର ଏହି ବିଦ୍ୟାଳୟରେ ୨୬ ବର୍ଷ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ଓ କର୍ତ୍ତବ୍ୟ ନିଷ୍ଠା ସେବା ଜୀବନ ସମାପନ କରି ସେ ଶିକ୍ଷାଦାନ ସହ, ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀ ଙ୍କ ଚରିତ୍ର ଗଠନରେ ବଳିଷ୍ଠ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ ବିଷୟରେ ଆଲୋକପାତ କରିବା ସହ ବିଗତ ଦିନର ସପ୍ତମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନରେ ତାଙ୍କର ଉଦ୍ୟମ ଓ ଶିକ୍ଷକ ମାନଙ୍କ ସହଯୋଗର ଶିକ୍ଷାଦାନ ହେତୁ, ବିଦ୍ୟାଳୟଟି ବ୍ଲକ ସ୍ତରୀୟ ପ୍ରଥମ ଶ୍ରେଣୀ ଭାବେ ଟପର୍ ହେବାର ଯୋଗ୍ୟତା ହାସଲ କରିଛି ବୋଲି ଅତିଥି ଗଣ ସମ୍ବର୍ଦ୍ଧନା ସଭାରେ ପ୍ରକାଶ କରିଥିଲେ । ବଲଣ୍ଡା ଆଞ୍ଚଳିକ ସାଧନା କେନ୍ଦ୍ର ସଯଜକ (CRCC)ଫଗୁ ପାତ୍ର ଶିବ ସାହୁ, ଶିକ୍ଷାବିତ୍, ବିଦ୍ୟାଳୟ ପୂର୍ବତନ ସଭାପତି ରାମଚନ୍ଦ୍ର ପାତ୍ର ଅବସର ପ୍ରାପ୍ତ ଶିକ୍ଷକ ପରସାର ସାହୁ, ହରିହର ସାହୁ ଶିବ ସାହୁ l ସ୍ୱସ୍ତିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ସଭାପତି ହାଡିବନ୍ଧୁ ମହାନ୍ତ ଜିଲ୍ଲା ସମ୍ପାଦକ ବିବେକାନନ୍ଦ ସାହୁଙ୍କ ସମେତ, ବର୍ତ୍ତମାନ ଓ ପୁରାତନ ଛାତ୍ର ଛାତ୍ରୀ ଭାଷଣ ଦେଇ ପ୍ରଧାନ ସାରଙ୍କର ବିଗତ ଦିନରେ ସ୍କୁଲ ପ୍ରତି ଥିବା ଅବଦାନ, ଶିକ୍ଷାଦାନ ବିଷୟରେ ଲୋତକ କଣ୍ଠରେ ବର୍ଣ୍ଣନା କରିଥିଲେ । ବହୁ ଅନୁଷ୍ଠାନ ତରଫରୁ ରମାକାନ୍ତ ସାର୍ ଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ବେଳେ ବିଦାୟୀ ସଭା ସ୍ଥଳତି ଏକ ଲୋତକ ସଭା ଭାବେ ପରି ଗଣିତ ହୋଇଥିଲା । ଶହ ଶହ ଛାତ୍ର ଛାତ୍ରୀ, ଉପସ୍ଥିତ ଥିବା ଲୋକ ମାନଙ୍କ ଦ୍ବାରା ପ୍ରଧାନ ସାର୍ ଙ୍କର ଅବସର କାଳୀନ ଅଶ୍ରୁଳ ବିଦାୟ ବହୁତ ଦୁଃଖ ଓ ଯନ୍ତ୍ରଣା ଦାୟକ ଥିଲା ବେଳେ,ଏହି ସବୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ,ଶିକ୍ଷକ ଧରଣୀଧର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସନ୍ତୋଷ କୁମାର ମାଝି l

hiranchal ad1
Leave A Reply

Your email address will not be published.

4 + 13 =