ଦଶପଲ୍ଲା ପଶ୍ଚିମାଞ୍ଚଳରେ ନିର୍ବାଚନୀ ହିଂସା, ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ଗ୍ରାମବାସୀ

0 381

ଦଶପଲ୍ଲା :ନିର୍ବାଚନରେ ପ୍ରତିଦ୍ୱନ୍ଦିତା ସମୟରେ ଦ୍ୱାରଦ୍ୱାର ବୁଲି ଭୋଟ୍‌ ଭିକ୍ଷାକରିବା ସହିତ ବିରାଟ ବିରାଟ ପ୍ରତିଶୃତି ଓ ବହୁବିଧ ପ୍ରଲୋଭନ ଦେଖାଇ, ଭୋଟରଙ୍କୁ ଗୁହାରି କରୁଥିବା ପ୍ରାର୍ଥୀ ଓ ତାଙ୍କ ସମର୍ଥକ ଏବେ ନିର୍ବାଚନ ରେ ପରାଜିତ ହୋଇ ହିଂସାର ଆଶ୍ରୟ ନେଇଛନ୍ତି । କେଉଁ ୱାର୍ଡକୁ କେତେ ଟଙ୍କା ଦିଆଯାଇଥିଲା ଓ ସେଠାରୁ କେତେ ଭୋଟ ଆସିଲା ଏହାକୁ ହିସାବ କରି ପରାଜିତ ପ୍ରାର୍ଥୀ ଏବେ ଭୋଟରଙ୍କୁ ଦେଇଥିବା ଟଙ୍କା ଓ ଜିନିଷ ଫେରାଇବା ପାଇଁ ଜୁଲୁମ୍‌ ଆରମ୍ଭ କରିଛନ୍ତି । ଫଳରେ ଦେଖାଦେଇଛି ନିର୍ବାଚନ ହିଂସା । ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ କାଳସା ଖମଣ ପଞ୍ଚାୟତ ୨ନଂ ୱାର୍ଡ ଭୁତାପଦର ଗ୍ରାମରେ । ଏହି ପଞ୍ଚାୟତରେ ଥିବା ସରପଞ୍ଚ କାଶୀନାଥ ସାହୁଙ୍କ ସ୍ତ୍ରୀ ଚଳିତ ନିର୍ବାଚନରେ ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଥିଲେ । ଫଳରେ ଏହି ୱାର୍ଡରୁ କମ ଭୋଟ ମିଳିଥିବା ଦର୍ଶାଇ କାଶୀନାଥ ସାହୁ ୧ ତାରିଖ ସନ୍ଧ୍ୟା ସମୟରେ ତାଙ୍କ ସମସ୍ତେ କର୍ମୀଙ୍କୁ ନେଇ ଭୁତାପଦରରେ ପହଂଚି ଗ୍ରାମର ମହିଳା ମାନଙ୍କୁ ଅସଦ ବ୍ୟବହାର କରିବା ସହ ଏପରିକି ମହିଳାମାନେ ବେକରେ ପିନ୍ଧିଥିବା ସୁନା ମାଳିକୁ ବେକରୁ ଛଡାଇ ନେଇଥିଲେ ବୋଲି ବାଣୀଗୋଛା ଆନା ରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ସରପଞ୍ଚ କାଶୀନାଥ ସାହୁଙ୍କ ସମେତ ୬ ଜଣଙ୍କ ନାମରେ ବାଣୀଗୋଛା ଥାନା କେସ୍‌ ନଂ ୨୨ / ୨୦୨୨ ରେ ମାମଲା ରୁଜୁ କରିଥିବା ବେଳେ ଏହି ଘଟଣାରେ କାହାକୁ ଗିରଫ କରିନାହିଁ । ଅନ୍ୟ ପାର୍ଶ୍ୱରେ ସରପଞ୍ଚ କାଶୀନାଥ ସାହୁ ଗ୍ରାମବାସୀଙ୍କ ବିରୋଧରେ ବାଣୀଗୋଛା ଥାନାରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଭୁତାପଦର ଗ୍ରାମର କିଛି ଲୋକ କାଶୀନଥ ସାହୁଙ୍କୁ ଡକାଇଥିଲେ । ଲୋକଙ୍କ କଥାରଖି କାଶୀନାଥ ୧ ତାରିଖ ସନ୍ଧ୍ୟାରେ ସେହି ଗ୍ରାମକୁ ଯାଇଥିଲେ । ଏହି ସମୟ ରେ ଗାଁ ମୁଣ୍ଡରେ ସେହି ଗ୍ରାମର ସୁଦାମ ପ୍ରଧାନ , ପ୍ରକାଶ ପ୍ରଧାନ , ଭକ୍ତ ପ୍ରଧାନ , ବୁଦ୍ଧିଆ ପ୍ରଧାନ , ରବୀନ୍ଦ୍ର ପ୍ରଧାନ , ସିଧେଶ୍ୱର ପ୍ରଧାନ , ସୁଦାମ ପ୍ରଧାନ ଓ କାଳିଆ ପ୍ରଧାନ ମଦ ପିଇ ତାଙ୍କୁ ଗାଳିଗୁଲଜ କରି ମାଡ଼ପିଟ କରିଥିଲେ ଏବଂ ସୁଦାମ ପ୍ରଧାନ, ପ୍ରକାଶ ପ୍ରଧାନ ବନ୍ଧୁକ ଆଣି ମାରିଦେବାପାଇଁ ଧମକ ଦେଲେ । ଏହି ସମୟରେ ପାଟିତୁଣ୍ଡ ଶୁଣି ଗ୍ରାମର ସତ୍ୟଭାମା ପ୍ରଧାନ, ତ୍ରିବେଣୀ ପ୍ରଧାନ, ସୁକାନ୍ତ ପ୍ରଧାନ, କନକ ପ୍ରଧାନ ଓ ରିତା ପ୍ରଧାନ ସେଠାରେ ପହଂଚି କାଶୀନାଥଙ୍କୁ ଅସମ୍ମାନିତ କଲେ ବୋଲି କାଶୀନାଥ ଅଭିଯୋଗ କରିଛନ୍ତି । କାଶୀନାଥଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୨୩ / ୨୦୨୨ ରେ ଭୁତାପଦର ଗ୍ରାମର ୭ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଏହି ଦୁଇ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଗକୁ କଳସାଖମଣ ପଞ୍ଚାୟତରେ ନିର୍ବାଚନୀ ହିଂସା ବଢ଼ିବା ସମ୍ଭାବନା ରହିଛି ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

fourteen − seven =