କୌଶଳୀ ଓ ଅଣକୌଶଳୀ ଶ୍ରମିକଙ୍କ ଅନୁପସ୍ଥିତିରେ ସରିଲା ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର

0 114

ପାଟଣାଗଡ଼ : ପାଟଣାଗଡ଼ ଏନ୍‌ଏସି ବ୍ରାହ୍ମପୁରା ସ୍ଥିତ ସୁଭଦ୍ରା ଭବନ ପରିସରରେ ବ୍ଳକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି, ଜୋନ୍‌ ନଂ ୧୪ ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱେଶ୍ୱରୀ ବରିହା, ଜୋନ୍‌ ନଂ ୧୫ ଜିଲ୍ଲାପରିଷଦ ସଦସ୍ୟା କସ୍ତୁରୀ ସେଠ, ଜୋନ୍‌ ନଂ ୧୬ ବାଳିକା ମାଝୀ ଉପସ୍ଥିତ ଥିବା ବେଳେ ପ୍ରଶାସନିକ ଅଧିକାରୀ ଭାବେ ପାଟଣାଗଡ଼ ବିଡିଓ ନୀଳମାଧବ ସୁନା, ଜିଲ୍ଲା ସାମାଜିକ ସମିକ୍ଷୀକ ବର୍ଷା ହରିପାଲ,ଏ ବିଡିଓ ପ୍ରଭାତ କୁମାର ସାହୁ,ଏପିଓ ଲକ୍ଷ୍ମଣ ବୁଡେକ, ସିଡିପିଓ ଅନୁପମା ପଣ୍ଡା ଉପସ୍ଥିତ ଥିବା ବେଳେ ବ୍ଳକ କାର୍ଯ୍ୟ ନିର୍ବାହ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରା ସଭା ପରିଚାଳନା କରିଥିଲେ ।
ଏହି ଜନଶୁଣାଣୀ ସରକାରଙ୍କ କାର୍ଯ୍ୟ କରାଯାଇଥିବା ମାହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା (ମମତା) ଅଧିନରେ ୨୦୨୧-୨୨ ଆର୍ଥିକ ବର୍ଷରେ ସମ୍ପାଦିତ ହୋଇଥିବା କାର୍ଯ୍ୟ ଗୁଡ଼ିକର ସାମାଜିକ ସମିକ୍ଷା ବୈଠକରେ ଉତ୍ଥାପନ ହୋଇଥିବା ତୃଟି ବିତ୍ୟୁତି ଉପରେ ଜନଶୁଣାଣୀ ହୋଇଥିଲା । କିନ୍ତୁ ପାଟଣାଗଡ଼ ବ୍ଲକର ୩୦ ଗୋଟି ପଞ୍ଚାୟତ ମଧ୍ୟରୁ ଗୋଟିଏ ପଞ୍ଚାୟତର ହେଲେ କୌଶଳୀ ଅଣ କୌଶଳୀ ଶ୍ରମିକ ତଥା ଜବକାର୍ଡ ହିତାଧିକାରୀଙ୍କୁ ଏହି ଶିବିରରେ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ବ୍ଲକ କତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ଉପସ୍ଥିତ ଥିବା ବ୍ଲକ ଅଧିକାରୀମାନଙ୍କ ଠାରୁ କିଛି ଉତ୍ତର ମିଳିନଥିଲା । ଅନ୍ୟ ପକ୍ଷରେ ପ୍ରସାର ପଚାର ଗ୍ରାମାଞ୍ଚଳରେ ପହଞ୍ଚି ପାରୁନଥିବାରୁ ଶ୍ରମିକମାନେ ଜନ ଶୁଣାଣି ଶିବିର ବିଷୟରେ କିଛି ଜାଣିପାରିନଥିବା ସହ ପଞ୍ଚାୟତର ସଂପୃକ୍ତ କାର୍ଯ୍ୟ ନିର୍ବାହ ଅଧିକାରୀ ଓ ଜିଆରଏସ ମଧ୍ୟ ସେମାନଙ୍କୁ ଜଣାଉ ନଥିବା ପ୍ରକାଶ କରିଛନ୍ତି ।

hiring

ଏପରିକି ବ୍ଲକ ପ୍ରଶାସନ ତରଫରୁ କୌଣସି ବିଜ୍ଞାପନ ଦେଇନଥିବା କହିଛନ୍ତି । ପାଟଣାଗଡ଼ ବ୍ଲକର ମାହାତ୍ସା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ କେତେ ଯେ ଉପକୃତ ହେଉଛନ୍ତି ଏହି ଶିବିରରୁ ସ୍ପଷ୍ଟ ଅନୁମେୟ ହେଉଛି । ଏଥିରେ ଉପସ୍ଥିତ ଥିବା ବନବିଭାଗ, ସମନ୍ୱିତ ଶିଶୁ ବିଭାଗ, ଉଦ୍ୟାନ ବିଭାଗ, ଜାତୀୟ ଖାଦ୍ୟ ସୁରକ୍ଷା ବିଭାଗ, ସାମାଜିକ ସୁରକ୍ଷା ବିଭାଗ ଓ ଲାଇନ୍‌ ବିଭାଗର କାର୍ଯ୍ୟରତ ଅଧିକାରୀମାନେ ଆର୍ଥିକ ବର୍ଷର ସାମାଜିକ ସମିକ୍ଷାର ବିବରଣୀ ସଠିକ ଭାବରେ ଉପସ୍ଥାପନ କରିପାରିନଥିଲେ । ଜନ ଶୁଣାଣି ସମୟରେ ଅଧିକାରୀମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀ ଓ ବିଧାୟକ ସରୋଜ କୁମାର ମେହେର ବିରକ୍ତି ପ୍ରକାଶ କରିବା ସହ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ କାର୍ଯ୍ୟର ସମ୍ପାଦନରେ ସ୍ୱଚ୍ଛତା ରକ୍ଷା କରିବା ସହ ଶହେ ଦିନର କାର୍ଯ୍ୟ ଦିବସ ସୃଷ୍ଟି ଓ ମଷ୍ଟର ରୋଲ୍‌ ସଠିକ ଭାବରେ ପ୍ରଦାନ କରିବାକୁ ତାଗିଦ୍‌ କରିଥିଲେ । ଉପଜିଲ୍ଲାପାଳ ଡ.଼ ସେଠୀ ଅଧିକାରୀ ମାନଙ୍କୁ ପଦଚିହ୍ନ ନାଁ ପାଦ ଚିହ୍ନ ରଖିବାକୁ କହିବା ସହ ସେବା ମନୋବଳ ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଭଲ କାମ କଲେ ପଦ ଚିହ୍ନରୁ ପାଦ ଚିହ୍ନ ରହିବ ବୋଲି କହିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର କିପରି ଜନସାଧାରଣଙ୍କ ଜନହିତକର ତଥା ସମାଜମଙ୍ଗଳ କାରୀ ନିର୍ମାଣ ଜନିତ କାର୍ଯ୍ୟକୁ ଆର୍ଥିକ ବର୍ଷରେ ଚାଲୁଥିବା କାର୍ଯ୍ୟ ଗୁଡ଼ିକୁ ସଠିକ ଭାବରେ କାମ କରିବା ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀକୁ ଓଡ଼ିଶାରେ ଏକ ଆଦର୍ଶ ଭାବେ ପରିଚିତ କରିବାକୁ ଆହ୍ୱାନ କରିଥିଲେ । ଏହି ଶିବିର ଜିପିଓ, ବିଭିନ୍ନ ବିଭାଗର ଅଧିକାରୀ, ଜନ ଆଇସିଡିଏସ ସୁପରଭାଇଜର, ପଞ୍ଚାୟତ ପିଇଓ, ଜିଆରଏସ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା , ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଂଞ୍ଜିବ କୁମାର ମହାନ୍ତି ଉପସ୍ଥିତ ଥିବା ବେଳେ ଜନଶୁଣାଣୀ ଶିବିର କୌଶଳୀ ଶ୍ରମିକ ଅଣ କୌଶଳୀ ଶ୍ରମିକମାନେ ଅନୁପସ୍ଥିତି ଥିବା ଯୋଗୁ ପ୍ରଶାସନର ଦୋଷ ତ୍ରୁଟି ଲୁଚାଇବା ଏକ ପ୍ରୟାସ ନୁହେଁ ତ ବୋଲି ଶିବିରରେ ଆଲୋଚନାର ବିଷୟ ପାଲଟିଥିଲା ।

hiranchal ad1
Leave A Reply

Your email address will not be published.

one × four =