ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କେଏସ୍‌ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ବଡ଼ ସଫଳତା

0 64

ପୁରୀ : ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କେଏସ୍‌ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ବଡ଼ ସଫଳତା । ଗତ ମାସ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତିନି ଦିନ ଧରି କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କିରୋଗୀ ଏବଂ ପୁମସି ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ସ୍ଥିତ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ କଟକ ବସ୍ ମାଧ୍ୟମରେ ଗସ୍ତ କରିଥିଲେ । କେ.ଏସ୍ .ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋରୁ ୭ ଜଣ ପ୍ରତିଯୋଗି କିରୋଗୀ ଏବଂ ପୁମସିର ଦୁଇଟି ଇଭେଣ୍ଟ ରେ ଭାଗ ନେଇଥିଲେ । ଏଥିରୁ ୨ଟି ସ୍ୱର୍ଣ୍ଣ ପାଇଥିବା ବେଳେ ୨ଟି ରୌପ୍ୟ ଏବଂ ୯ଟି କାସ୍ୟ ପଦକ ବିଜୟୀ ହୋଇଥିଲେ । ଏହି ପ୍ରତିଯୋଗିତା ରେ ୧୮ ଟି ଜିଲ୍ଲାରୁ ପ୍ରାୟ ୬୦ଟି ଏକାଡେମୀରୁ ୮୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୨୮ ଜଣ ଜାତୀୟ ରେଫରୀ ଯଥା ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡିଶା ଏବଂ ଅନ୍ତର୍ଜାତୀୟ ସ୍ତରର ରେଫରୀ ଆସାମର ମନୋନୀତ ହୋଇଥିଲେ । ଏହି ପ୍ରତିଯୋଗିତାର ସଂପୂର୍ଣ୍ଣ ଖେଳ ଗୁଡିକ ସେନ୍ସର ମାଧ୍ୟମରେ ଅନୁଷ୍ଠିତ ହେଉଥିଲା ।
ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ସୂଯ୍ୟବଂଶୀ ସୁରଜ ଏବଂ ଓଡିଶା ଅଲମ୍ପିକ ସଙ୍ଘ ସାଧାରଣ ସମ୍ପାଦକ ଅଭିଜିତ ପଲ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । କୃତକାର୍ଯ୍ୟ ହେଇଥିବା ଛାତ୍ରଛାତ୍ରୀମାନଙ୍କୁ ଓ ଏକାଡେମୀର ମୁଖ୍ୟ କେ ସନ୍ତୋଷିନି ରେଡ୍ଡୀ ଏବଂ କୋଚ କେ ଶଙ୍କର ରେଡ୍ଡୀଙ୍କ ସହ ରାଜ୍ୟ ସଙ୍ଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ସମସ୍ତ କ୍ରୀଡାବିତ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + fifteen =