ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଲେ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ

0 220

ହରଭଙ୍ଗା : ବହୁ ପ୍ରତିକ୍ଷିତ ହରଭଙ୍ଗା ବ୍ଲକ ଖରଶଙ୍କୁଲେଇ ଠାରେ ମହାନଦୀ ଉପରେ ନିର୍ମାଣଧିନ ଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣକାର୍ଯ୍ୟ ପରିଦର୍ଶନ କଲେ ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର ଓ ନାବାର୍ଡର ମୁଖ୍ୟ ଯନ୍ତ୍ରୀ ଇଂ. ରାମକୃଷ୍ଣ ମହାରଣା , ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ମନୋଜ ତ୍ରିପାଠୀ ପ୍ରମୁଖ ସେତୁ ଉପରକୁ ଯାଇ ଓାରିଂକୋଟ୍‌, ହ୍ୟାଣ୍ଡରେଲିଂ, ପଥରପ୍ୟାକିଂ କାର୍ଯ୍ୟ ତଦାରଖ କରିବା ସହ ଆସନ୍ତା ଏପ୍ରିଲ ସୁଦ୍ଧା ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ସେତୁ କାର୍ଯ୍ୟର ମାନ ପରୀକ୍ଷା କରିଥିଲେ । ସଚିବଙ୍କ ଗସ୍ତ ସମୟରେ ପୂର୍ତ୍ତବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ କୁମାର ତ୍ରିପାଠୀ, ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ, ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ, ଠିକାସଂସ୍ଥାର ଅଧ୍ୟକ୍ଷ ଚନ୍ଦ୍ରେଶ ଭାଇ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

hiring

ସୂଚନା ଥାଉ କି ୨୦୧୯ରୁ ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣକାର୍ଯ୍ୟ ଚାଲୁରହିଛି । ସେତୁ କାର୍ଯ୍ୟ ଦୁଇବର୍ଷ ବିଳମ୍ବ ହୋଇଥିବାବେଳେ ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଉତ୍ତରଓଡିଶା-ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶାକୁ ସଂଯୋଗ ପାଇଁ ଧଳପୁର-ଆଠମଲ୍ଲିକ ସେତୁ ଅନେକ ଗୁରୁ୍‌ତ୍ୱ ରଖୁଥିବାରୁ ସେତୁକାର୍ଯ୍ୟ ତୁରନ୍ତ ଶେଷ ପାଇଁ ସବୁମହଲରୁ ଦାବି ହେଉଛି । ଏପ୍ରିଲ ମାସ ସୁଦ୍ଧା ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଥାଉକି ଏହି ପ୍ରକଳ୍ପ ନିର୍ମାଣରେ ୧୬୮କୋଟି ଟଙ୍କା ସେତୁ ନିର୍ମାଣ ରେ ଖର୍ଚ୍ଚ ହୋଇଥିବା ବିଭଗୀୟ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

2 + eight =