ଓଡଗାଁ:ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଆମ ଜାତିର ଆରାଧ୍ୟ ତଥା ଭାରତର ଗର୍ବ ଓ ଗୌରବ । ଆମ ସମାଜକୁ ଆଜିର ଯୁବପିଢିଙ୍କୁ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଗତ କିଛି ବର୍ଷ ହେବ ଶ୍ରୀରାମ ଜନ୍ମଉତ୍ସବ ସେବାସମିତି ଓଡ଼ଗାଁ ପକ୍ଷରୁ “ଶ୍ରୀରାମ ନବମୀ ମହୋତ୍ସବ ଶୋଭାଯାତ୍ରା”ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଆସୁଛି । ଚଳିତବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମଟି ଖୁବ୍ ଧୁମଧାମରେ ପାଳନ କରାଯାଇଛି । ରବିବାର ଶ୍ରୀରାମ ନବମୀ ଯାତ୍ରାର ଶେଷ ସନ୍ଧ୍ୟାରେ ସଂଗଠନର ପ୍ରାୟ ୫୦୦ରୁ ଅଧିକ ସଦସ୍ୟମାନଙ୍କୁ ନେଇ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବହୁସଂଖ୍ୟାରେ ଯୁବକମାନେ ଶୋଭାଯାତ୍ରାରେ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଓ ଉତ୍ତମ କର୍ମ ଆଧାରରେ ରାମରାଜ୍ୟ ଗଠନ ଦିଗରେ ଅଗ୍ରସର ହେବାପାଇଁ ସଂକଳ୍ପ ନେଇଥିଲେ । ସମାଜସେବୀ ସନ୍ତୋଷ ପ୍ରଧାନ, ସଂଗ୍ରାମ ସାହୁ, ମାନସ କୁମାର ନାୟକ, ସୁଶାନ୍ତ କୁମାର ସାହୁ, କାହ୍ନୁ ଚରଣ ପରିଡ଼ା, ବିକାଶ କୁମାର ନାୟକ ଏବଂ ବଳେଶ୍ୱର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣାପଡିଛି ।