ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ ଓ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

0 115

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ମେଡ଼ିକାଲ ପଡ଼ିଆରେ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ୨୦୨୨ ଆଜି ଉଦଘାଟିତ ହୋଇଯାଇଛି । ସକାଳୁ ଛାତ୍ରମାନେ ଜଗତି ନିକଟସ୍ଥ ଐତିହାସିକ ଗନ୍ଧରାଡି ମନ୍ଦିରରୁ କ୍ରୀଡ଼ା ଜ୍ୟୋତି ଆଣି ମୁଖ୍ୟ ଅତିଥିଙ୍କ ଦ୍ୱାରା ପଡିଆରେ ସ୍ଥାପନ କରାଯାଇଥିଲା । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୁଂଟବନ୍ଧ ସରପଞ୍ଚ ଟୁନି ମହାନନ୍ଦିଆ, ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍ସବ ସାହୁ,ଏସ୍‌ଏମ୍‌ସି ସଭାପତି ସ୍ୱାଧୀନ କୁମାର ପ୍ରଧାନ, ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ପାତ୍ର, ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର, ସ୍ୱେଚ୍ଛାସେବୀ ବିକ୍ରମ ମହାନନ୍ଦିଆ ଯୋଗ ଦେଇ ପାଠ ପଢ଼ିବା ସହିତ ଖେଳ ବି ଶିକ୍ଷାର ଏକ ଅଂଶ ବୋଲି ନିଜ ନିଜର ବକ୍ତବ୍ୟ କହିଥିଲେ । ଖେଳ ଦ୍ୱାରା ଶାରୀରିକ, ମାନସିକ ଓ ବୌଦ୍ଧିକ ଶକ୍ତିର ବିକାଶ ହୋଇଥାଏ । ତେଣୁ ଦୈନିକ ଖେଳିଲେ ମନ, ଦେହ ସୁସ୍ଥ ରହିବ । ଶିକ୍ଷକ ଜିତେନ୍ଦ୍ର କୁମାର ଯାନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଆଦିତ୍ୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ପରେ ମୁଖ୍ୟ ଅତିଥି କ୍ରୀଡ଼ା ପତାକା ଉତ୍ତୋଳନ କରି ଖେଳକୁ ଉଦଘାଟନ କରିଥିଲେ । ତତ୍ପରେ ଛାତ୍ରମାନଙ୍କ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାକୁ ଅତିଥିମାନେ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହା ପରେ ବିଭିନ୍ନ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଖେଳକୁ ଶାରୀରିକ ଶିକ୍ଷକ ଜଗନ୍ନାଥ ବେହେରାଙ୍କ ତତ୍ତ୍ୱବାଧାନରେ ପରିଚାଳିତ ହୋଇଥିଲା । ସମସ୍ତ ଶିକ୍ଷକ ଏଥିରେ ସହଯୋଗ କରିଥିଲେ । ଶିକ୍ଷକ ପ୍ରଦୀପ କୁମାର ସାହୁ ଖେଳର ଧାରାବିବାରଣୀ ପ୍ରଦାନ କରିଥିଲେ । ଶୁକ୍ରବାର ଏହି ବାର୍ଷିକ ଖେଳ ଉଦଯାପିତ ହେବ ।

hiranchal ad1
Leave A Reply

Your email address will not be published.

four × three =