କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା: ତୃତୀୟ ସନ୍ଧ୍ୟାରେ ମନ ମୋହିଲା କୋରଡ଼ା ବନ୍ଦନା

0 93

ନୂଆଗାଁ : ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମରେ ଚାଲିଥିବା କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ତୃତୀୟ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା ସାହିତ୍ୟକ ମାନଙ୍କ ସାହିତ୍ୟ ଆବୃତିରୁ । ନୂଆଗାଁ ବ୍ଲକ ବିଭିନ୍ନ ପଞ୍ଚୟତରୁ ସାହିତ୍ୟକ ମାନେ ଆଞ୍ଚଳିକ ଘଟଣା, ସମସ୍ୟା, କୋରଡା ଗଡର ମହତ୍ମୀୟତା ତାକୁ ନିଜସ୍ୱ ଢଙ୍ଗରେ ଉପସ୍ଥାପନ କରିଥିଲେ । ତତ୍‌ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକ, ପରାଢ଼ିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଜାକେଡ଼ା ସମିତି ସଭ୍ୟା ପ୍ରଭାତୀ ମଳିକ, ମହୋତ୍ସବ କମିଟିର ସମ୍ପାଦକ ବସନ୍ତ କୁମାର ଚୌଧୁରୀ, ସଂଯୋଜକ ବିଜୟ କୁମାର ଦାସ ଯୋଗ ଦେଇଥିଲା । ଏହି କାର୍ଯ୍ୟକ୍ରମକୁ ମହୋତ୍ସବ କମିଟିର ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ ପରିଚାଳନା କରିଥିଲେ । ପ୍ରାରମ୍ଭିକ ଭାବରେ କୋରଡ଼ା ଗଡ଼ର ବନ୍ଦନା ଛୋଟ ଛୋଟ ପିଲା ମାନେ ପରିବେଷଣ କରିଥିଲେ, ଯାହାକି କୋରଡ଼ା ଗଡ଼ର ଗୌରବ ଗାରିମାକୁ ପ୍ରକାଶ କରିଥିଲା । ତତ୍‌ ପରେ ବାଙ୍କୀରୁ ଆସିଥିବା ସିଂହମ ଡ୍ୟାନ୍ସ ଗ୍ରୁପ ମାଧ୍ୟମରେ ଶ୍ରୀଗଣେଶ ଓ ଓଡ଼ିଆ ମାନଙ୍କର ବାରମାସରେ ତେର ଓଷା ନୃତ୍ୟକୁ ପରିବେଷଣ କରିଥିଲେ । ଦମକଳ ବାହିନୀ ଦ୍ୱାରା ସଚେତନା ବର୍ତ୍ତର୍ା ମାଧ୍ୟମରେ କିଭଳି ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଲେ ତାକୁ ସହଜରେ ଲିଭାଇ ପରିବା ସେ ବିଷୟ ନେଇ ଡେମୋ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରଯାଇଥିଲା । ସ୍ଥାନୀୟ କଳାକାରମାନଙ୍କୁ ନେଇ ନୃତ୍ୟ ପରିବେଷଣ ସହିତ ସହ କୁଇଜ୍‌ ପ୍ରତିଯୋଗୀତା ମଧ୍ୟ ହୋଇଥିଲା ।

hiranchal ad1
Leave A Reply

Your email address will not be published.

seven + 5 =