ବେଆଇନ ମୋବାଇଲ ସିମ କାରବାର ନେଇ ଯାଞ୍ଚ

0 280

ଘୁ ଉଦୟଗିରି: ସ୍ଥାନୀୟ ଏସଡ଼ିପିଓ ଡି.ତିରୁପତି ରାଓ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ଥାନା ଅଧିକାରୀ ରେବତୀ ଶବରଙ୍କ ଉପସ୍ଥିତିରେ ସ୍ଥାନୀୟ ସହରର ବିଭିନ୍ନ ମୋବାଇଲ୍‌ ଦୋକାନ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୋବାଇଲ ସିମ ବିକ୍ରୀ କରୁଥିବା ଦୋକାନମାନଙ୍କରେ ବିଭିନ୍ନ ଡୁପ୍ଲିକେଟ ଡ଼କୁମେଣ୍ଟ ଦ୍ୱାରା ମୋବାଇଲ ସିମ ଆକ୍ଟିଭ କରି ବିକ୍ରି କରୁଥିବା ସାରାଦେଶରେ ଦେଖିବାକୁ ମିଳୁଛି । ଏହିପରି ସିମ ବ୍ୟବହାର କରି ବେନିୟମ କାର୍ଯ୍ୟ କରି ଠକୁଥିବା ମଧ୍ୟ ସୂଚନା ରହିଛି । ଜାହାରି ଫଳରେ ଅନେକ ସମୟରେ ଭିନ୍ନଭିନ୍ନ ବ୍ଲାକମେଲିଙ୍ଗର ଶିକାର ମଧ୍ୟ ହେଇଛନ୍ତି । ସ୍ଥାନୀୟ ପୋଲିସ ଟିମ ପକ୍ଷରୁ ଅଞ୍ଚଳରେ ଥିବା ସମସ୍ତ ମୋବାଇଲ୍‌ ଦୋକାନ ପହଞ୍ଚି ସେମାନଙ୍କର କାଗଜପତ୍ର ଓ ଆକ୍ଟିଭେଶନ କରିଥିବା ସିମଗୁଡ଼ିକର ସଠିକ୍‌ ତଥ୍ୟ ଯାଞ୍ଚ କରିବା ସହିତ ଦୋକାନୀ କ’ଣ ପ୍ରମାଣ ପତ୍ରର ତଥ୍ୟ ଦେଇ ସିମ୍‌ ଆକ୍ଟିଭ୍‌ କରିବା ପାଇଁ ଆଦେଶ ପାଇଛନ୍ତି, କି ନାହିଁ ତାହା ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । କାରଣ ଅନେକ ଖଳ ପ୍ରକୃତିର ଲୋକେ ଭୁଲ ପ୍ରମାଣ ପତ୍ର ଦେଇ ସିମ୍‌ ଆକ୍ଟିଭ କରି ବିଭିନ୍ନ କ୍ରାଇମ୍‌ କରିଥାନ୍ତି । ତେଣୁ ଏହି ପରି କ୍ରାଇମ୍‌ ରୋକିବାକୁ ପ୍ରାୟସ କରି ଆଜି ସ୍ଥାନୀୟ ପୋଲିସ ଅଧିକାରୀ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ଓ ରେବତୀ ଶବର ନିଜର ଟିମ୍‌ ସହିତ ସହରର ସମସ୍ତ ମୋବାଇଲ ଦୋକାନ ବୁଲି ବୁଲି ଯାଞ୍ଚ କରୁଥିବା ଥାନା ଅଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲାର ସମସ୍ତ ସ୍ଥାନରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲୁଥିବା ବେଳେ ସ୍ଥାନୀୟ ସହରରେ ଥିବା ବିଭିନ୍ନ ମୋବାଇଲ ଦୋକାନ ବୁଲି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

16 + 5 =