ନୟାଗଡ଼ ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ରିଲିଫ

0 246

ଦଶପଲ୍ଲା : – ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ପରେ ବନ୍ୟା କ୍ଷତିଗ୍ରସ୍ତ ୧୦ ଗୋଟି ଜିଲ୍ଲାକୁ ରିଲିଫ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷୟକ୍ଷତିର ପରିମାଣକୁ ପ୍ରାକଳନ କରି ଖୋର୍ଦ୍ଧା , ପୁରୀ , କଟକ , କେନ୍ଦ୍ରାପଡ଼ା , ଜଗତସିଂହପୁର ଜିଲ୍ଲାକୁ ୧୫ ଦିନ ଓ କମ୍‌ କ୍ଷତିଗ୍ରସ୍ତ ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ ଜିଲ୍ଲାକୁ ୭ ଦିନ ପାଇଁ ରିଲିଫ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ତେବେ ନୟାଗଡ ଜିଲ୍ଲାର ଗଣିଅ, ଭାପୁର ଏବଂ ଖଣ୍ଡପଡ଼ା ବ୍ଳକରେ ଗତ ୬ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଥିଲା । ଗଣିଆ ବ୍ଳକର ୪୧ଟି ଗ୍ରାମ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରିଲିଫ ତାଲିକାରେ ନୟାଗଡ ଜିଲ୍ଲାକୁ ବାଦ୍‌ ଦେବା ଫଳରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ନୟାଗଡ ଜିଲ୍ଲା ଗଣିଆ ଏବଂ ଖଣ୍ଡପଡ଼ା ବ୍ଲକ୍‌ର ବହୁ ପଞ୍ଚାୟତ ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କଙ୍କ ତରଫରୁ ୧୦ ଟି ଜିଲ୍ଲାକୁ ରିଲିଫ୍‌ ଘୋଷଣା କରାଯାଇଥିବା ବେଳେ ନୟାଗଡ ଜିଲ୍ଲାକୁ ବାଦ୍‌ ଦିଆଯାଇଥିଲା । ତେବେ ଜିଲ୍ଲା ପ୍ରଶାସନର ରିପୋର୍ଟ ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ୭ ଦିନ ରିଲିଫ୍‌ ସହାୟତା କରିବା ପାଇଁ ଅଗଷ୍ଟ ୧୯ ତାରିଖ ଚିଠି ନଂ ୪୭୩୯ ରେ ନୟାଗଡ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଏହି ଖବର ପ୍ରକାଶିତ ହେବା ପରେ ବନ୍ୟା ପ୍ରଭାବିତ ଲୋକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏ ଖବର ଜଣାପଡିବା ପରେ ନୟାଗଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଂଚଳବାସୀ ଖୁସିବ୍ୟକ୍ତ କରିଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

seven + five =