ପଣା ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ

0 46

ପୁରୀ : ଆଜି ମହାବିଷୁବ ସଂକ୍ରାନ୍ତି । ଓଡିଶା ରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଆଜିର ଦିବସକୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଏ । ଆଜି ମଧ୍ୟ ହନୁମାନ ଜୟନ୍ତୀ । ଏଣୁ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ଆସିଥାଏ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ହନୁମାନ ମନ୍ଦିରକୁ । ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ସେହିପରି ଆଜି ପଣା ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ନୂଆ ପଞ୍ଜୀକା କାର୍ଯ୍ୟକାରି ହୋଇଥାଏ । ଦୋଳ ପୂର୍ଣ୍ଣିମାରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥାଏ । ଆଜିଠାରୁ ନୂତନ ପଞ୍ଜିକା ଅନୁଯାୟୀ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ନେଇ ଧାର୍ଯ୍ୟ ହୋଇ ଥିବା ଦିବସ ଅନୁଯାୟୀ ସବୁ ସାମାଜିକ କାର୍ଯ୍ୟ ହୋଇ ଥାଏ । ଆଜି ପଣା ସଂକ୍ରାନ୍ତି ଅବସରରେ ନୂତନ ପଞ୍ଜିକା ଓଡିଶାରେ ଲାଗୁ ହେଉଥିବା ଯୋଗୁ ଏହାକୁ ଓଡ଼ିଆ ନବ ବର୍ଷ ଭାବେ ସାରା ଓଡ଼ିଶାରେ ପାଳନ କରାଯାଏ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଅନେକ ଭକ୍ତଙ୍କ ଭିଡ଼ ଲାଗିଛି । ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ବେଶ ଆନନ୍ଦିତ ହୋଇଛନ୍ତି । ସାରା ବିଶ୍ୱ ରେ ଶାନ୍ତି , ମୈତ୍ରୀ, ଭାତୃଭାବ, ଭାଇଚାରା ବଜାୟ ରହୁ ବୋଲି ମହାପ୍ରଭୁଙ୍କ ନିକଟରେ ଭକ୍ତ ପ୍ରାର୍ଥନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 − 9 =